ସାମାନ୍ୟ ଯୁକ୍ତିତର୍କକୁ ନେଇ ପୁଅ ପାଲଟିଲା ରାକ୍ଷସ, ବୃଦ୍ଧ ବାପକୁ ବାଡ଼େଇ ବାଡ଼େଇ ହତ୍ୟା କଲା

କୋରାପୁଟ: ବାପ ବୁଢ଼ା ହୋଇଗଲେ ପୁଅ ଭରସାରେ ବଞ୍ଚିିବ ବୋଲି ଆଶା ରଖିଥାଏ। କିନ୍ତୁ ସେହି ପୁଅ ଆଜି ରାକ୍ଷସ ପାଲଟି ବୁଢ଼ା ବାପକୁ ହତ୍ୟା କରିଛି। ଏମିତି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ପାଲିଗୁମାଡ଼ି ଗାଁରେ। ଗ୍ରାମର ଡମୁ ଦିଶାରୀଙ୍କୁ ତାଙ୍କ ଏକମାତ୍ର ପୁଅ ସଦନ ଦିଶାରୀ ବାଡ଼େଇ ବାଡ଼େଇ ହତ୍ୟା କରିଛି।

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଡୁମୁରିପଦର ଗ୍ରାମ ପଞ୍ଚାୟତର ପାଲିଗୁମାଡ଼ି ଗ୍ରାମର ଡମୁ ଦିଶାରୀ(୬୦ବର୍ଷ)ଙ୍କ ଘରେ ଆଜି କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏହି ସାମାନ୍ୟ ଘଟଣାକୁ ନେଇ ଡମୁ ଦିଶାରିଙ୍କ ସହ ତାଙ୍କ ଏକମାତ୍ର ପୁଅ ସଦନ ଦିଶାରିଙ୍କର ଜୋରଦାର ଯୁକ୍ତିତର୍କ କରିଥିଲା। ଏହାକୁ ନେଇ ସଦନ ରାଗି ଯାଇଥିଲା। ରାଗରେ ସେ ଏକ ଠେଙ୍ଗା ଧରି ବାପାଙ୍କୁ ମନଇଛା ପିଟିଥିଲା। ତଥାପି ତାର ରାଗ ଶାନ୍ତ ହୋଇ ନ ଥିଲା। ମାଡ଼ରେ ବାପା ତଳେ ପଡ଼ିଯିବା ପରେ ତାଙ୍କୁ ଆହୁରି ପିଟିଥିଲା। ଏମିତି ପିଟିପିଟି ବାପାଙ୍କୁ ମାରିଦେବା ପରେ ସଦନଙ୍କ ରାଗ ଥଣ୍ଡା ପଡିଥିଲା।

ଏହି ହତ୍ୟାକାଣ୍ଡ ନେଇ ସଂପର୍କୀୟ ଓ ଗ୍ରାମବାସୀ ତାଜୁବ ହୋଇଯାଇଥିଲେ। ଏ ନେଇ ସମ୍ପର୍କୀୟ ଚିଲିପୁନ ଦିଶାରୀଙ୍କ ଅଭିଯୋଗକ୍ରମେ ସେମିଳିଗୁଡ଼ା ଥାନା ପୁଲିସ ଏକ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସଦନ ଦିଶାରୀଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର