ଇଟାରେ ଛେଚି ମା’ଙ୍କୁ ହତ୍ୟା କଲା ମାତାଲ ପୁଅ

ଲେଫ୍ରିପଡା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ମନଭୋଲାପଡ଼ାରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମାତାଲ ପୁଅ ନିଜର ମା’ଙ୍କୁ ହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ମନଭୋଲାପଡାର ଲଡୁ ବାର୍ଲାଙ୍କ ପୁଅ ଇଂରାଜୀ ବାର୍ଲା (୩୦) ସବୁ ବେଳେ ମଦ ପିଇ ନିଜ ସ୍ତ୍ରୀ ସହିତ ଝଗଡା କରୁଥିବାରୁ ସେ ଗତ ୬ ମାସ ହେବ ତାର ମା’ ଘରକୁ ଚାଲିଯାଇଛନ୍ତି। ଏଣୁ ପତ୍ନୀକୁ ବୁଝାସୁଝା କରି ଆଣିବା ଏବଂ ମଦ ପିଆ ବନ୍ଦ କରିବାକୁ ଇଂରାଜୀକୁ ତାର ବାପାମାଆ ବୁଝାସୁଝା କରିବାରୁ ଓଲଟା ସେମାନଙ୍କ ସହିତ ମାଡପିଟ୍ ଓ ଝଗଡା କରିଥିଲା। ଫଳରେ ବୁଢାବୁଢୀ ଗ୍ରାମରେ ଥିବା ତାଙ୍କ ସଂପର୍କୀୟ ଭଉଣୀ ଘରକୁ ଚାଲିଯାଇ ସେଠାରେ ରହୁଥିଲେ।

ଗତକାଲି ରାତିରେ ମାତାଲ ଅବସ୍ଥାରେ ଆସି ଅଭିଯୁକ୍ତ ଇଂରାଜୀ ମା’ ଉକିଆ ବାର୍ଲା (୬୫)କୁ ଶୋଇଥିବା ଅବସ୍ଥାରେ ଘର ଭିତରୁ ବାହାରକୁ ଟାଣି ଆଣି ଛାତିକୁ ଏକ ଇଟାରେ ବାଡେଇବାରୁ ଘଟଣାସ୍ଥଳରେ ଉକିଆର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଆଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରିବା ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଡଡ଼ ପଠାଇଛି। ଲେଫ୍ରିପଡା ଥାନା ପୁଲିସ ଏକ ମାମଳା ଋଜୁ କରି ଅଭିଯୁକ୍ତ ଇଂରାଜୀକୁ ୩୯୨ ଆଇପିସିରେ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ। ଲେଫ୍ରିପଡା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ମାମଳାର ତଦନ୍ତ କରୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର