ମଦ ନିଶାରେ କାଠଫାଳିଆରେ ବାପା ମୁଣ୍ଡକୁ ପିଟିଦେଲା ପୁଅ, ଡାକ୍ତରଖାନାରେ ଚାଲିଗଲା ଜୀବନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ଅଧିନରେ ଥିବା  ଖଣ୍ଡା ଗ୍ରାମରେ  ଏକ ଅଭାବନୀୟ ଘଟଣା ଘଟିଛି। ଗତ ୧୩ ତାରିଖ ଦିନ ବାପା ନିତାଇ ବିଶ୍ୱାସ(୭୫) ପୁଅ ବିଦ୍ୟୁତ ବିଶ୍ୱାସ(୪୩)କୁ ରାସନ କାର୍ଡ ଦେଇ ପଞ୍ଚାୟତ ଅଫିସରୁ ଚାଉଳ ଆଣିବାକୁ କହିଥିଲେ। ପୁଅ ବିଦ୍ୟୁତ ବିଶ୍ୱାସ ଚାଉଳ ଆଣି ବଜାରରେ ଗୋଟିଏ ଦୋକାନରେ  ଏହି ଚାଉଳକୁ ବିକ୍ରି କରି ସବୁତକ ଟଙ୍କାରେ ମଦ ପିଇ କୁକୁଡ଼ା ମାଂସ  କିଣି ଘରକୁ  ଆସିଥିଲା।

ବାପା ନିତାଇ ବିଶ୍ୱାସ ପୁଅର ଏହି କାର୍ଯ୍ୟ ଦେଖି ପାଟି କରିଥିଲେ। ଫଳରେ ପୁଅ ମଦ ନିଶାରେ ବାପାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲା ଏବଂ ଉତ୍ତ୍ୟକ୍ତ ହୋଇ ପାଖରେ ଥିବା ଗୋଟିଏ ଧାନ ମଳିବା ପଟାରେ ଲାଗିଥିବା କାଠରେ ବାପାଙ୍କ ମୁଣ୍ଡକୁ ପ୍ରହାର କରିଥିଲା । ସାହିପଡିଶା ଓ ସମ୍ପର୍କୀୟ ଆହତ ହୋଇଥିବା ନିତାଇ ବିଶ୍ୱାସଙ୍କୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।  ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ କିଛି ସୁଧାର ନ ଆସିବାରୁ କୋରାପୁଟ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। ଆଜି ସକାଳୁ ନିତାଇ ବିଶ୍ୱାସଙ୍କର ଚିକିତ୍ସାଧିନ ଅବସ୍ଥାରେ ହିଁ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଘଟଣାର ତଦନ୍ତ ପୁଲିସ ଅଧିକାରୀ ତଥା ଉମରକୋଟ ଥାନା ଅତିରିକ୍ତ ଆଇଆଇସି ଲିମାର।ଜ ପ୍ରଧାନ କୋରାପୁଟରେ ପହଞ୍ଚି ସେଠାରେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଥିଲେ।

ନିତାଇ ବିଶ୍ୱାସଙ୍କ ପୁତୁରା ବିଦ୍ୟୁତଙ୍କ ନାମରେ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି କେସ ନଂ ୧୦୩/୨୧ ଅନୁସାରେ ଉମରକୋଟ ଥାନାରେ ମାମଲା ରୁଜୁ କରାଯାଇ ପୁଲିସ ବିଦ୍ୟୁତକୁ ଗିରଫ କରିଛି। ଡାକ୍ତରୀ ମାଇନା ସରିଲା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର