ଜମି ବିକ୍ରି ଟଙ୍କା ନ ମିଳିବାରୁ ପୁଅର ଉନ୍ମତ୍ତ କାଣ୍ଡ: ପନିକିରେ ହାଣି ବାପା ଓ ମା’ଙ୍କୁ କଲା ହତ୍ୟା

ରାଉରକେଲା : ଜମି ବିକ୍ରି ଟଙ୍କା ନ ମିଳିବାରୁ ନୃସଂଶ କାଣ୍ଡ ଭିଆଇଛି ବଡ଼ ପୁଅ l ନିଜ ବାପ-ମାଙ୍କୁ ଅତି ନିର୍ମମ ଭାବେ ପନିକିରେ ହାଣି ହତ୍ୟା କରିଛି l ମୃତକ ହେଲେ କୃଷ୍ଣଚନ୍ଦ୍ର ସିଂହ (୬୪) ଓ ତାଙ୍କ ପତ୍ନୀ ଲୀଳାବତୀ (୫୮) l ଏମିତି ଅଭାବନୀୟ ଘଟଣା ଘଟିଛି ନୂଆଗାଁ ବ୍ଲକ ଅନ୍ତର୍ଗତ ଲିମଡା ପଞ୍ଚାୟତ ବିଶିପୁର ଗାଁରେ l ହତ୍ୟାକାରୀ ପୁଅ ଘଟଣା ପରେ ଘରୁ ଫେରାର ହୋଇ ଯାଇଛି l ବିଶ୍ରା ପୁଲିସ ଦୁଇଟି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l

ମିଳିଥିବା ସୂଚନା ମୁତାବକ ବିଶିପୁର ଗାଁରେ କୃଷ୍ଣଚନ୍ଦ୍ର ସିଂ, ପତ୍ନୀ ଲୀଳାବତୀ, ବଡ ପୁଅ ଜୟ (୪୦), ସାନ ପୁଅ ସୋମେନ (୩୫) ପରିବାର ସହ ରହନ୍ତି l ଗତ ୨୨ ଦିନ ତଳେ କୃଷ୍ଣଚନ୍ଦ୍ର କିଛି ଜମି ବିକି ଥିଲେ l ଜମି ବିକ୍ରି ଟଙ୍କାର ଭାଗ ବଡ଼ ପୁଅ ଜୟକୁ ମିଳି ନ ଥିଲା, ଯାହାକୁ ନେଇ ଜୟ ବାପା-ମା’ଙ୍କ ସହ ଝଗଡା କରୁଥିଲା l

ଆଜି ସକାଳ ପ୍ରାୟ ୯ଟାରେ ଏହି କଥାକୁ କେନ୍ଦ୍ରକରି ଜୟ ବାପା-ମା’ ଙ୍କୁ ଗାଳିଗୁଲଜ କରିଥିଲା l ସାନ ପୁଅ ସୋମେନ ବିରୋଧ କରିବାରୁ ଉତ୍ତେଜିତ ହୋଇ ଜୟ ଘରୁ ପନକି ଆଣି ଉଭୟ ବାପା-ମାଙ୍କୁ ପ୍ରଣାନ୍ତକ ଆକ୍ରମଣ କରିଥିଲେ l ଫଳରେ ଘଟଣାସ୍ଥଳରେ ବାପା-ମାଙ୍କର ମୃତ୍ୟୁ ହୋଇ ଯାଇଥିଲା l ବାପା – ମା ମୃତ୍ୟୁ ହୋଇ ଯିବାରୁ ଗିରଫ ଭୟରେ ଜୟ ଘରୁ ଫେରାର ହୋଇ ଯାଇଥିଲା l ସାନ ପୁଅ ସୋମେନ ହତ୍ୟାକାଣ୍ଡ ସମ୍ପର୍କରେ ବିଶ୍ରା ଥାନାକୁ ସୂଚନା ଦେବା ସହ ଲିଖିତ ଏତଲା ଦେଇଥିଲେ l

ସମ୍ବନ୍ଧିତ ଖବର