ସୁନ୍ଦରଗଡ଼: ମଦ ପାଇଁ ପୁଅ ମା’କୁ ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଦେଓଭୂବନପୁର ଗ୍ରାମରେ ଘଟିଛି। ହତ୍ୟାକାରୀ ପୁଅକୁ ପୁଲିସ ଗିରଫ କରି ନେଇଛି। ଗିରଫ ହତ୍ୟାକାରୀ ପୁଅ ନାମ ମହେଶ ବାର୍ଲା ବୋଲି ଜଣାପଡ଼ିଛି। ମୃତ ମା’ର ନାମ ସମ୍ବାରି ଓ ବୟସ ପାଖାପାଖି ୬୨ବର୍ଷ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତକାଲି ରାତିରେ ମହେଶ ବାର୍ଲା ମଦ ପିଇବା ପାଇଁ ମା’ ସମ୍ବାରିକୁ ଟଙ୍କା ମାଗି ଥିଲା। କିନ୍ତୁ ସମ୍ବାରି ପାଖରେ ଟଙ୍କା ନାହିଁ ତେଣୁ ସେ ଦେଇ ପାରିବେ ନାହିଁ ବୋଲି ପୁଅକୁ ରୋକଠୋକ ମନା କରି ଦେଇଥିଲେ। ଟଙ୍କା କାହିଁକି ମା’ ଦେଲା ନାହିଁ ସେ ରାଗରେ ମହେଶ ପାଖରେ ପଡିଥିବା ଏକ ଇଟାରେ ମା’ ମୁଣ୍ଡକୁ ଅତି ନିର୍ମମ ଭାବେ ଛେଚି ଛେଚି ହତ୍ୟା କରିଥିଲା। କେବଳ ଏତିକି ନୁହେଁ ମା’କୁ ହତ୍ୟା କରିବା ପରେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହିତ ହତ୍ୟାକାରୀ ପୁଅକୁ ଗିରଫ କରି ନେଇଛି।