ମଦ୍ୟପ ପୁଅ ମାଡ଼ରେ ମା’ ମୃତ

କୁଡୁମୁଳିଗୁମ୍ମା  : କୁଡୁମୁଲୁଗୁମ୍ମା ତହସିଲ ଅଧିନସ୍ଥ ସୁନା ନଗର ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ନିଶାଗ୍ରସ୍ତ ଅବସ୍ଥାରେ ଜନ୍ମକଲା ମା’ କୁ ପିଟିପିଟି ମାରିଦେଇଛି ପୁଅ ।

ମିଳିଥିବା ସୂଚନା ଅନୁସାରେ, ପୁଅ ଡମ୍ବରୁ ନାୟକ ଆନ୍ଧ୍ରପ୍ରଦେଶ ଯାଇ କାମକରି ଦୁଇ ଦିନ ପୂର୍ବରୁ ଫେରିଥିଲେ । ସେ କିଛି ପଇସା ଆଣି ତାଙ୍କ ମା’ ଯମୁନା ନାୟକଙ୍କୁ ଦେଇଥିଲେ । ମା’ଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ପଇସା ମାଗିଥିଲେ । ସେହି ସମୟରେ ଦୁହିଁଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିଲା । ମା’ ପୁଅ ଦୁହେଁ ନିଶାରେ ଥିବାବେଳେ ଡମ୍ବରୁ  ଘଟଣା ସ୍ଥଳରେ ଥିବା ଚୁଲିରୁ ଜଳନ୍ତା କାଠ ଖଣ୍ଡେ ଆଣି ମା’ର ମୁଣ୍ଡ ପଛକୁ ଏକ ଶକ୍ତ ଆଘାତ ଦେଇଥିଲା । ଯାହା ଫଳରେ ମା’ଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ତୁରନ୍ତ ଖବର ପାଇ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିଶ୍ ଚନ୍ଦ୍ର ମହାରଣା ଯାଇ ଆସମୀକୁ ଗିରଫ କରି ଶବ କୁ ପୋଷ୍ଟମୋଟମ ପାଇଁ ନିକତସ୍ଥ ଖଇରପୁଟ  ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ।

ସମ୍ବନ୍ଧିତ ଖବର