ରାଉରକେଲା/ବୀରମିତ୍ରପୁର/କୁଆରମୁଣ୍ଡା: ବାପାଙ୍କ ହତ୍ୟାର ୧୫ ବର୍ଷ ପରେ ପ୍ରତିଶୋଧ ନେଇଛନ୍ତି ଦୁଇ ପୁଅ। ବାପାଙ୍କ ହତ୍ୟାକାରୀଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦୁଇପୁଅ ପୋଖରୀରେ ଫିଙ୍ଗି ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା କୁଆରମୁଣ୍ଡା ଫାଣ୍ଡି ଅଧୀନ ଗୋବିରା ଗ୍ରାମରେ ଘଟିଛି। ଘଟଣାକୁ ନେଇ ଏବେ ସମଗ୍ର ବୀରମିତ୍ରପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ପୂର୍ବ ଶତ୍ରୁତାକୁ ନେଇ ଗୋବିରା ଗିରିଜାଟୋଲିର କାଲେ କୁଜୁରଙ୍କୁ ଗତ ୧୫ ବର୍ଷ ତଳେ ଉକ୍ତ ବସ୍ତିର ଭେଲେନ୍ ବରୁଆ (୩୫) ହତ୍ୟା କରିଥିଲା। ଏଥିପାଇଁ ଭେଲେନ୍ ପ୍ରାୟ ୧୩ ବର୍ଷ ଜେଲରେ କଟାଇବା ପରେ ଦୁଇ ବର୍ଷ ପୂର୍ବେ ଘରକୁ ଫେରିଥିଲା। ପିତୃ ହତ୍ୟାର ପ୍ରତିଶୋଧ ନେବା ପାଇଁ ମୃତ କାଲେଙ୍କ ଦୁଇ ପୁଅ ଯୋଜନା କରିଥିଲେ। ଭେଲେନକୁ ହତ୍ୟା କରିବା ପାଇଁ ସେମାନେ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ।
/sambad/media/post_attachments/wp-content/uploads/2020/10/35ce561c-ed1f-4a60-b113-46418afd89de-300x142.jpg)
ତେବେ ଗତକାଲି ରାତି ୧୦ଟା ବେଳେ ମୃତ କାଲେଙ୍କ ଦୁଇ ପୁଅ ଅମର କୁଜୁର (୨୭) ଓ ଭିକି କୁଜୁର (୨୫) ଏକ ଶାବଳରେ ଭେଲେନ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଶାବଳ ମାଡ଼ରେ ଭେଲେନର ମୃତ୍ୟୁ ଘଟିବା ପରେ ସେମାନେ ଶବକୁ ଗାଁ ନିକଟସ୍ଥ ଏକ ପୋଖରୀ ଭିତରକୁ ପକାଇ ଚାଲି ଯାଇଥିଲେ।
ଆଜି ସକାଳେ ଏ ସମ୍ପର୍କରେ କୁଆରମୁଣ୍ତା ଫାଣ୍ତିରେ ଅଭିଯୋଗ ହେବା ପରେ ଫାଣ୍ତି ଅଧିକାରୀ ଶ୍ୟାମଲାଲ ଓରାମ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୁଆରମୁଣ୍ତା ହସ୍ପିଟାଲକୁ ପଠାଇଥିଲେ। ପୁଲିସ ଦୁଇ ହତ୍ୟାକାରୀ ଭାଇଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-28-at-19.09.37.jpeg)