ପାଟଣାଗଡ଼/ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘାଘୁର୍ଲି ଗାଁରେ ବାପାଙ୍କ ତଣ୍ଟି ଚିପି ହତ୍ୟା କରିଛି ପୁଅ। ଏହି ମାମଲାରେ ଅଭିଯୁକ୍ତ ପୁଅ ଜେଲ୍ ଯାଇଛି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଘାଘୁର୍ଲି ଗାଁର ବୈକୁଣ୍ଠ ମାଝୀ ନିଜ ଘର ବାରଣ୍ଡାରେ ବସିଥିଲେ। ଏହି ସମୟରେ ତାଙ୍କ ମଝିଆ ପୁଅ ମହେଶ୍ବର ମଦ୍ୟପାନ କରି ଘରକୁ ଆସିଥିଲା। ଏହାକୁ ନେଇ ବାପା- ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମହେଶ୍ବର ପ୍ରଥମେ ଏକ ରଫାରେ ଆକ୍ରମଣ କରିଥିଲା। ବୈକୁଣ୍ଠ ତଳେ ପଡ଼ିଯିବା ପରେ ମହେଶ୍ବର ତାଙ୍କ ତଣ୍ଟି ଚିପି ଦେଇଥିଲା। ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଆଖପାଖ ଲୋକେ ଉଦ୍ଧାର କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ବୈକୁଣ୍ଠଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ବେଲପଡ଼ା ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ଥାନା କେସ୍ ନଂ ୨୪୬/୨୧ରେ ଏକ ମାମଲା ରୁଜୁ କରି ହତ୍ୟା ଅଭିଯୁକ୍ତ ମହେଶ୍ବରକୁ ପୁଲିସ କୋର୍ଟ ଚାଲାଣ କରିଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।
ତଣ୍ଟି ଚିପି ବାପାଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଜେଲ୍ ଗଲା
/sambad/media/post_attachments/wp-content/uploads/2021/11/patnagarh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)