ନୟାଗଡ଼: ଦଶପଲ୍ଲା ବ୍ଳକ ଅଞ୍ଚଳରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଉକ୍ତ ବ୍ଲକର ସରିଗଣ୍ଡା ପଞ୍ଚାୟତ ଓଡ଼ସରା ଗାଁ ପତିତ ଭୋଇ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ। ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପରିବାର ସଦସ୍ୟ ଯେତେ ବୁଝାଇଲେ ମଧ୍ୟ ଏମାନେ ବୁଝନ୍ତି। ଆଜି ସନ୍ଧ୍ୟାରେ ସେମାନେ ଝଗଡ଼ା ଲାଗିଥିବା ବେଳେ, ଏଥିରେ ତଙ୍କ ପୁଅ ବିନୋଦ ବିରକ୍ତି ପ୍ରକାଶ କରି ଘରେ ନିଆଁ ଲଗାଇ ଦେଇଥିଲେ। ବିନୋଦଙ୍କର ଏଭଳି ମାନସିକତା ନେଇ ସଭିଏଁ ଚକିତ ହୋଇଛନ୍ତି। ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ୬ ବଖର ଘର ପୋଡ଼ି ଯାଇଥିବା ଜଣାପଡ଼ିଛି।
ବାପା-ମା’ଙ୍କ ଝଗଡ଼ା ଦେଖି ଘରେ ନିଆଁ ଲଗାଇଲା ପୁଅ
/sambad/media/post_attachments/wp-content/uploads/2020/11/a58f7bc3-3e96-4e93-ae40-3403358b7f8c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)