ମୁଡ୍ ସ୍ବିଙ୍ଗ ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହେଲା ‘ଜଳୁଛି ସାଗର ଇର୍ଷାରେ’

ଜୟପୁର: ମୁଡ଼୍ ସ୍ୱିଙ୍ଗ ଓଡିଶା ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ ହୋଇଛି ‘ଜଳୁଛି ସାଗର ଇର୍ଷାରେ‘ ଏକ ମନଛୁଆଁ ରୋମାଣ୍ଟିକ ଗୀତ। ଏଥିରେ କଣ୍ଠଦାନ କରିଛନ୍ତି ଜୟପୁରର ସହରର ଗାୟକ ସନାତନ ପୁରୋହିତ ଏବଂ ଓଡିଆ ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ଜୟପୁର ସହରର ନିହାର ଆଚାର୍ଯ୍ୟ ଗୀତକୁ ରଚନା ଓ ସ୍ବର ସଂଯୋଜନା କରିଛନ୍ତି।

ବିଶେଷ କରି ଯୁବପିଢ଼ିଙ୍କୁ ଏପରି ରୋମାଣ୍ଟିକ ଗୀତ ବେଶ ଛୁଇଁବ ବୋଲି କହିଛନ୍ତି ସଂଗୀତକାର ଧୀରେନ ମୋହନ ପଟ୍ଟନାୟକ। ଶ୍ରୀ ଆଚାର୍ଯ୍ୟଙ୍କ ମୁଡ଼୍ ସ୍ୱିଙ୍ଗ ଓଡିଶା ଚାନେଲ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ଗାୟକ, ଗାୟିକାଙ୍କୁ ସୁଯୋଗ ଦେଉଥିବାରୁ ତାଙ୍କୁ ଭୁୟସୀ ପ୍ରଶାଂସା କରିଛନ୍ତି ସଂଗୀତକାର ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର