ଜୟପୁର : ଢ଼େପ ସାହି ନିକଟସ୍ଥ ଚମ୍ପାକୁପୁଲି ମଣିକର୍ଣ୍ଣିକା ସ୍ବର୍ଗଦ୍ବାରକୁ ନିଜ ବାପା ସ୍ବର୍ଗତଃ ବାରାନାସୀ କ୍ରୀଷ୍ଣା ରାଓ ଓ ମା' ର୍ସ୍ବଗତ ବାନାରାସୀ ସାବିତ୍ରୀ ରାଓଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ଦୁଇ ପୁଅ ଭି.ହରି ପ୍ରସାଦ ରାଓ, ଭି.ରାମ କ୍ରୀଷ୍ଣା ରସ ଶବ ସଂରକ୍ଷଣ ଫ୍ରିଜର ପ୍ରଦାନ କରିଛନ୍ତି। ଏକ ନିରାଡମ୍ବର ଉତ୍ସବରେ ସେ ଏହାକୁ ସ୍ବର୍ଗଦ୍ବାର ପରିଚାଳନା ଟ୍ରଷ୍ଟକୁ ଏହା ହସ୍ତାନ୍ତର କରିଛନ୍ତି। ଏଥିରେ ଟ୍ରଷ୍ଟି ସଭ୍ୟ ଶଶି ପଟ୍ଟନାୟକ, ପ୍ରତାପ ପଟ୍ଟନାୟକ, କିଶୋର ଚୌଧୁରୀ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ବହୁ ଲୋକଙ୍କର ମୃତ୍ୟୁ ପରେ ତାଙ୍କ ପରିବାରବର୍ଗ ବାହାରେ ରହୁଥିବା ବେଳେ ପହଚିଂବା ବିଳମ୍ବ ହେଲେ ମରଶରୀରକୁ ସୁରକ୍ଷିତ ଭାବେ ରଖିବାକୁ ଫ୍ରିଜରର ଆବଶ୍ୟକତା ରହିଛି। ତେଣୁ ସେ ଏହି ମହତ କାମ ପାଇଁ ଏହାକୁ ପ୍ରଦାନ କରିଛନ୍ତି। ସେଭଳି ଗତ ଏପ୍ରିଲ ମାସରେ ଏ.ଦିଲ୍ଲୀପ ବି ନିଜ ବାପାଙ୍କ ସ୍ମୃତି ଉଦେଶ୍ୟରେ ଶବସଂରକ୍ଷିତ ଫ୍ରିଜ୍ ଦାନ କରିଥିଲେ। ଏଠାରେ ଥିବା ସ୍ବର୍ଗରଥରେ ବିଭିନ୍ନ ମୃତକଙ୍କୁ ଏହି ଶବସଂରକ୍ଷିତ ଫ୍ରିଜରେ ରଖି ଅଣାଯାଉଛି। କୌଣସି ମୃତକଙ୍କ ପରିବାରବର୍ଗ ଦୂରଦୂରାନ୍ତରେ ରହିଥିଲେ ସେମାନେ ଆସିବା ପର୍ଯ୍ୟନ୍ତ ଏହି ଫ୍ରିଜର ରଖିବାକୁ ସୁବିଧା ବି ରହିଛି।
ବାପା ଓ ମା'ଙ୍କ ସ୍ମୃତି ଉଦେଶ୍ୟରେ ଶବ ସଂରକ୍ଷଣ ଫ୍ରିଜ୍ ଦାନ କଲେ ୨ ପୁଅ
/sambad/media/post_attachments/wp-content/uploads/2021/06/jpr-deadbody-fidge-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)