ଖଣ୍ଡପଡାରେ ଜମୁଛି ପ୍ରଚାର : ଘରକୁ ଘର ବୁଲି ପ୍ରଚାର ଆରମ୍ଭ କଲେ ସୌମ୍ୟରଞ୍ଜନ

ଖଣ୍ଡପଡ଼ା: ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋର ଧରିଛି। ବିଜେଡିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ବୁଧବାର ପଦଯାତ୍ରା କରି ଘର ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଖଣ୍ଡପଡ଼ା ବ୍ଲକ୍‌ର ବେଣାଜାଡିଆ, ସେରଜଙ୍ଗ ଆଦି ପଞ୍ଚାୟତର ଅନେକ ଗ୍ରାମରେ ଘରକୁ ଘର ବୁଲି ସୌମ୍ୟରଞ୍ଜନ ଭୋଟ ପାଇଁ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ପ୍ରାର୍ଥୀଙ୍କୁ ଘର ସାମ୍ନାରେ ପାଇ ଲୋକେ ଖୁସିରେ ସ୍ୱାଗତ କରୁଥିବା ଦେଖାଯାଇଥିଲା । ତେବେ ଏହା ପୂର୍ବରୁ ସୌମ୍ୟରଞ୍ଜନ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତରେ ରୋଡ ସୋ’ କରି ଭୋଟରଙ୍କୁ ଭେଟିଛନ୍ତି। ବିଜୁ ଜନତା ଦଳର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ସୋମବାର ସୌମ୍ୟରଞ୍ଜନଙ୍କ ସହ ଏକାଠି ଖଣ୍ଡପଡ଼ାରେ ରୋଡ୍‌ ସୋ’ କରିଥିଲେ।

ସମ୍ବନ୍ଧିତ ଖବର