ରାୟଗଡ଼ା: ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ଆଜି ରାୟଗଡ଼ା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ରିଜର୍ଭ କାର୍ଯ୍ୟାଳୟକୁ ଡିଆଇଜି ଯାଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଭାଗୀୟ ଅଧିକାରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ମଧ୍ୟ ତୁରନ୍ତ ପଦକ୍ଷେପ ନେବାକୁ ଡିଆଇଜି ପରାମର୍ଶ ଦେଇଛନ୍ତି। ଡିଆଇଜିଙ୍କ ଗସ୍ତ ସମୟରେ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ସମେତ ବହୁ ଉପରିସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
ରାୟଗଡ଼ା ଗସ୍ତରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି
/sambad/media/post_attachments/wp-content/uploads/2021/03/rajesh-pandit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)