ନୂଆପଡ଼ା ଜିଲ୍ଲା ଗସ୍ତରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି

ନୂଆପଡ଼ା: ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି। ଶ୍ରୀ ମୀନା ନୂଆପଡ଼ାରେ ପହଞ୍ଚିବା ପରେ ପ୍ରଥମେ ପୁଲିସ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାରେ ୫ଟି ବ୍ଲକ୍‌ ଓ ୩ଟି ଏନ୍‌ଏସିରେ ଆଇନଶୃଙ୍ଖଳା ବିଷୟରେ ଆଲୋଚନା କରିବା ସହ ପୁଲିସ ଉପରେ ଲୋକଙ୍କ ବିଶ୍ବାସ ରହିବ ସେ ଉପରେ କାମ କରିବାକୁ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ଅପରାହ୍ଣରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଜିଲ୍ଲାରେ ମାଓବାଦୀ ଗତିବିଧି ଉପରେ ପୁଲିସ ସବୁବେଳେ ସଜାଗ ରହିଛି ବୋଲି କହିଥିଲେ। ଏହା ସହ ଜିଲ୍ଲାରେ କ୍ରାଇମକୁ ରୋକିବା ସହ ଅପରାଧୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ନୂଆପଡ଼ା ଏସ୍‌ପି ଜି.ଆର୍‌. ଗୁଣ୍ଡାଲାଲ ରେଡ୍ଡୀ, ଏଏସ୍‌ପି ଇନ୍ଦ୍ରମଣି ବେହେରା, ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର