ଜୟପୁର କୋର୍ଟ ପରିସରରୁ ୨ ବିଚାରଧୀନ କଏଦୀ ଚମ୍ପଟ: ଜଣେ ହାବିଲ୍‌ଦାର ଓ ୨ କନେଷ୍ଟବଳ ନିଲମ୍ବିତ

ଜୟପୁର: ଜୟପୁର କୋର୍ଟ ପରିସରରୁ ୨ ବିଚାରଧୀନ କଏଦୀ ଗୁରୁବାର ଚମ୍ପଟ ମାରିଥିବା ଘଟଣା ଜଣାପଡ଼ିଛି। ଏହି ଘଟଣା ପରେ ସେହି ସମୟରେ କାର୍ଯ୍ୟରେ ଥିବା ଜଣେ ହାବିଲ୍‌ଦାର ଓ ୨ ଜଣ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି। ଚମ୍ପଟ ମାରିଥିବା ୨ ବିଚାରଧୀନ କଏଦୀଙ୍କ ନାମ କେ ପବନ କୁମାର ଓ ଲାଲବାହାଦୁର ଦରଜି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୟପୁର କୋର୍ଟ ପରିସରରେ କନଷ୍ଟବଳ କେ. ଶାନ୍‌କ୍ରି ଓ ହାବିଲଦାର ମାନଧର ଗୌଡ଼ ଓ ରାଜେଶ ସ୍ୱାଇଁ କାର୍ଯ୍ୟରେ ନିୟୋଜିତ ଥିଲେ। ଏହି ସମୟରେ ୨ ବିଚାରଧୀନ ବନ୍ଦୀ କେ ପବନ କୁମାର ଓ ଲାଲବାହାଦୁର ଦରଜି ଜେଲ ପରିସରରୁ ଚମ୍ପଟ ମାରିଥିଲେ। ତେବେ ଘଟଣା ପରେ ଏସ୍‌ପି ବିଆର୍‌ ରାଓ ଓ ଏସ୍‌ଡିପିଓ ଜଗାରାଓ ରେଡ୍ଡି ଘଟଣାର ସମୀକ୍ଷା କରୁଛନ୍ତି। କାର୍ଯ୍ୟରେ ଖିଲାପ କରିଥିବା ହେତୁ କନଷ୍ଟବଳ କେ. ଶାନ୍‌କ୍ରି ଓ ହାବିଲଦାର ମାନଧର ଗୌଡ଼ ଓ ରାଜେଶ ସ୍ୱାଇଁଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ବୋଲି କୋରାପୁଟ ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର