ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏକ ୬ ବର୍ଷର ଆଦିବାସୀ ଶିଶୁଙ୍କୁ ଆପଣେଇ ନିସ୍ତାନ ଦମ୍ପତି ସ୍ପେନ ନେଇଛନ୍ତି। ସ୍ପେନ୍-ବାର୍ସିଲୋନାର ଇଭାନ ଓ ତାଙ୍କ ସ୍ତ୍ରୀ ସୁସାନା ଶିଶୁଟିକୁ ପୁତ୍ର ଭାବେ ଗ୍ରହଣ କରିଛନ୍ତି । ଦୁଇ ଦେଶର ସମସ୍ତ ନୀତି ନିୟମକୁ ପାଳନ କରି କୋରାପୁଟର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଶିଶୁ ପୁତ୍ରକୁ ଗ୍ରହଣ କରିବା ପୂର୍ବରୁ ଶୁଶୁଟିର ପୈତୃକ ଗାଁ ମାଲକାନଗିରି ଦରିଗୁଡା ବୁଲି ଦେଖିଥିଲେ ବିଦେଶୀ ଦମ୍ପତି ।
/sambad/media/post_attachments/wp-content/uploads/2018/07/vlcsnap-2018-07-02-17h54m11s178-300x216.jpg)
ସୂଚନାଯୋଗ୍ୟ, ମାଲକାନଗିରି ଦରିଗୁଡା ଗାଁର ୬ ବର୍ଷୀୟ ଅନାଥ ଶିଶୁ ନୟନ ମାଡକାମୀ ୪ ବର୍ଷ ବୟସରୁ ଜନ୍ମିତ ବାପା ମାଆଙ୍କୁ ହରାଇଥିଲା। ନୟନ ମାଡକାମୀ ସମ୍ପର୍କରେ ଚାଇଲ୍ଡ ଆଡପଶନ ରିସୋର୍ସ ଅଥରିଟି - କାରା ୱେବସାଇଟରୁ ସୂଚନା ପାଇଥିଲେ ବାର୍ସୀଲୋନାର ଇଭାନ ହେରନାଣ୍ଡୋ ଓ ତାଙ୍କ ସ୍ତ୍ରୀ ସୁସାନା ନାଭାରେଟ୍ । ପୂର୍ବରୁ ଭାରତ ଭ୍ରମଣରେ ଆସିଥିବା ଏହି ଦମ୍ପତି ଭାରତକୁ ଭଲ ପାଉଥିଲେ । ତେଣୁ ନୟନକୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିବା ପାଇଁ ମନ ବଳେଇଥିଲେ । କାରା ୱେବସାଇଟରୁ ସବୁ ତଥ୍ୟ ପାଇବା ପରେ ସ୍ପେନ ଓ ଭାରତର ସବୁ ନୀତି ନିୟମକୁ ପାଳନ କରି ନୟନକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସ୍ପେନ ଫେରିଛନ୍ତି ଇଭାନା ଓ ସୁସାନା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/vlcsnap-2018-07-02-17h54m07s441.jpg)