ଚଳିତବର୍ଷ ରଥଯାତ୍ରାରେ ଯାତ୍ରୀଙ୍କ ସୁବିଧା ପାଇଁ ଲଞ୍ଚ ହେଲା ଏହି ସ୍ୱତନ୍ତ୍ର ଆପ୍‌

ପୁରୀ: ଚଳିତବର୍ଷ ରଥଯାତ୍ରାକୁ କିଭଳି ସହଜ ଏବଂ ଶୃଙ୍ଖଳିତ କରାଯାଇ ପାରିବ ସେନେଇ ପୂର୍ବତଟ ରେଳ ତରଫରୁ ଏକ ସ୍ୱତନ୍ତ୍ର ଆପ ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତଟ ରେଳର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ମୋବାଇଲ ଆପ ‘ଇକୋର ଯାତ୍ରା’କୁ ଲଞ୍ଚ କରାଯାଇଛି। ଯାହାକି ପ୍ରତ୍ୟେକ ସ୍ମାର୍ଟ ଫୋନରେ ଅନ୍ୟ ଆପ ଭଳି ସହଜରେ ବ୍ୟବହାର କରାଯାଇ ପାରିବ ।

ଏହି ଆପ୍‌ରେ ରଥଯାତ୍ରା ଟ୍ରେନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ କରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାହାଦ୍ୱାରା ଆପଣଙ୍କ ହାତ ପହାନ୍ତାରେ ରଥଯାତ୍ରା ସମୟରେ ସମସ୍ତ ପ୍ରକାର ଗମନାଗମନ ସୁବିଧା ପାଇପାରିବେ। ଏ ନେଇ କୌଣସି ଅସୁବିଧାରେ ପଡ଼ିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ରେଳଯାତ୍ରୀମାନେ ପୁରୀକୁ ଯାଉଥିବା ସ୍ୱତନ୍ତ୍ର ଟ୍ରେନ ବିଷୟରେ ସମସ୍ତ ତଥ୍ୟ ଗୋଟିଏ କ୍ଲିକରେ ପାଇପାରିବେ । ଏହାଦ୍ୱାରା ରଥଯାତ୍ରାରେ ରେଳଯାତ୍ରୀମାନେ ସରଳ ଏବଂ କମ ସମୟ ମଧ୍ୟରେ ପୁରୀକୁ ଯାତ୍ରା କରି ପାରିବେ।

ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପକୁ ଆପଣ ଡାଉନଲୋଡ କରିପାରିବେ। ପୂର୍ବତଟ ରେଳପଥର ଅନ୍ୟାନ୍ୟ ସୁବିଧା ମଧ୍ୟ ଦୈନିକ ଏହି ଆପ ଜରିଆରେ ପାଇପାରିବେ।

ଟ୍ରେନ ଟିକେଟ( ଉଭୟ ସଂରକ୍ଷିତ ଓ ଅସଂରକ୍ଷିତ ) ଟିକେଟ ବୁକିଂର ସୁବିଧାଠାରୁ ଆରମ୍ଭ କରି ଖାଦ୍ୟପେୟ ବାବଦରେ ତଥ୍ୟ ପାଇପାରିବେ। ଏଥିସହିତ ରେଳ ସେବା ଅନୁସନ୍ଧାନ କରିବା ସହ ଅଭିଯୋଗ କରିବା ପାଇଁ ବ୍ୟବସ୍ଥା ରହିଛି । ରିଟାୟାରିଂ ରୁମ ଏବଂ ଡର୍ମିଟୋରିଜ ରୁମ ବୁକିଂ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ବି ଏଥିରେ ମହଜୁଦ ରହିବ ।

ସମ୍ବନ୍ଧିତ ଖବର