ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ: ଗର୍ଭବତୀ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଅ

ଶେରଗଡ଼: ଆସନ୍ତାକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ସହ ବନ୍ୟା ପରିସ୍ଥିତି ଆଶଙ୍କା ଥିବା ବେଳେ ଏହାର ସଫଳ ମୁକାବିଲା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ଼ ବ୍ଲକକୁ ଆସି ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିବା ସହ ସୁରକ୍ଷିତ ପ୍ରସବ ଉପରେ ଯତ୍ନବାନ ହେବା ପାଇଁ ଏକ ବୈଠକରେ ପରାମର୍ଶ ପ୍ରଦାନ କରିଛନ୍ତି।

ବୈଠକରେ ଶିକ୍ଷକମାନେ ବିଦ୍ୟାଳୟରେ ରହିବା, କଚ୍ଚା ଘରେ ରହୁଥିବା ପରିବାରଙ୍କୁ ବର୍ଷା ହେଲେ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ନଈ କୂଳିଆ ଗାଁ ଗୁଡିକର ସ୍ଥିତି ନେଇ ଆଲୋଚନା ହୋଇଥିଲା। ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଡ଼. ବିଘ୍ନେଶ୍ୱର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଳିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ମହେନ୍ଦ୍ର କୁମାର ଷଡ଼ଙ୍ଗୀ, ବିଇଓ ଭାସ୍କର ଲେଙ୍କା, ସିଡିପିଓ ଜୟନ୍ତୀ ପାଟପୁଙ୍ଗିୟା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର