ଜୟପୁର/ ଭଦ୍ରକ: କୋରାପୁଟ ଜିଲ୍ଲା ଦୌରାଜଜ୍ କୋର୍ଟ, ଜୟପୁର ପରିସରରେ ସ୍ଥାୟୀ ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର ପକ୍ସୋ କୋର୍ଟ ଲୋକାର୍ପିତ ହୋଇଛି। ମୁଖ୍ୟଅତିଥି ଭାବେ ହାଇକୋର୍ଟର ମୁଖ୍ୟବିଚାରପତି ଡଃ. ଏସ୍ .ମୁରଲୀଧର ଯୋଗଦେଇ ଭିଡିଓ କନଫେରନ୍ସିଂ ମୋଡରେ ଏହାକୁ ଲୋକାର୍ପଣ କରିଥିଲେ। ଏହି ସ୍ଥାୟୀ ପକ୍ସୋ କୋର୍ଟର ପ୍ରଥମ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ଜଜ୍ ଭାବେ ସିଏଚ୍. ବାସୁଦେବ ପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏହି କୋର୍ଟରେ ଏବେ ୧୮୮ଟି ମାମଲା ରହିଛି। ସେ ଆଜି ନିଜ କାର୍ଯ୍ୟରେ ଯୋଗ ଦେଇ ୨ଟି ସାକ୍ଷ୍ୟ ଗ୍ରହଣ କରିବା ସହ ଗୋଟିଏ ଜାମିନ୍ ମାମଲାର ବି ଶୁଣାଣୀ କରିଥିବା ଏହି କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଭାବେ ଆଇନଜୀବୀ ସୁଧିର ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି କୋର୍ଟ ଖୋଲିବା ପରେ ବିଭିନ୍ନ ନାବାଳିକା ଦୁଷ୍କର୍ମ ମାମଲା ସହ ବିଭିନ୍ନ ପକ୍ସୋ ମାମଲା ଗୁଡିକ ତ୍ବରିତ ବେଗରେ ଶୁଣାଣି ହୋଇପାରିବ ବୋଲି ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର କହିଛନ୍ତି ।
ଜୟପୁର ଭଳି ଭଦ୍ରକରେ ମଧ୍ୟ ଆଜି ସ୍ବତନ୍ତ୍ର କୋର୍ଟ ଖୋଲିଛି। ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭର୍ଚୁଆଲ ମୋଡ଼ରେ ଭଦ୍ରକ ସମେତ ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, କୋରାପୁଟର ଜୟପୁର, କେନ୍ଦୁଝର ଇତ୍ୟାଦି ୮ଟି ଜିଲ୍ଲାରେ ଏହି ସ୍ବତନ୍ତ୍ର କୋର୍ଟକୁ ଉନ୍ମୋଚନ କରାଯାଇଛି। ପ୍ରକାଶ ଥାଉକି, ନାବାଳିକା ଯୌନ ନିର୍ଯ୍ୟାତନା ମାମଲା ଦିନକୁ ଦିନ ବଢି ଉତ୍କଟ ରୂପ ନେଲାଣି। ଏହି ଅପରାଧରେ ଗିରଫ ବ୍ୟକ୍ତି ଦୀର୍ଘଦିନ ହେବ ବିଚାର ବିଭାଗୀୟ ହାଜତରେ ଅଟକ ରହି ବିଚାର କେମିତି ତାର ଶେଷ ହେବ ଚିନ୍ତାରେ ଥିବାବେଳେ, ପିଡିତା ପରିବାର ମଧ୍ୟ ଅପରାଧି ଦଣ୍ଡ ପାଉ ବୋଲି ଦାବି ହେଉଥିଲା। ଏଥିପାଇଁ ୨୦୦୫ରେ ନାବାଳିକା ଯୌନ ନିରୋଧ ଆଇନ ବା ପୋକ୍ସୋ ଆଇନ ପ୍ରଚଳନ କରା ଯାଇଥିଲା। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ଏହାର କେତେକ ସଂଶୋଧନର ଆବଶ୍ୟକତା ଅନୁଭବ କରି ୨୦୧୨ରେ ପୁଣି ଏହାକୁ ସଂଶୋଧନ ନିୟମକୁ କଡାକଡି କରି ଦିଆଗଲା। ସେହି ଆଇନ ଅନୁଯାୟୀ ସବୁ ଜିଲ୍ଲାରେ ସର୍ବନିମ୍ନ ଗୋଟିଏ ସ୍ବତନ୍ତ୍ର କୋର୍ଟ ଖୋଲିବାରେ ବିଧି ଥିଲେ ବି ଅଦ୍ୟାବଧି ହୋଇ ପାରି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/jpr-permanent-pocso-court-inguration-2.jpg)