ରାଇରଙ୍ଗପୁର/ବାଦାମପାହାଡ: ମୟୂରଭଂଜ ଜିଲ୍ଳା ବାମନଘାଟୀ ଉପଖଣ୍ଡର କୁସୁମୀ ବ୍ଲକର ବାଦାମପାହାଡ ଠାରେ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କେନ୍ଦ୍ର ହବ ସ୍ଥାପିତ ହେବାକୁ ଯାଉଛି। ଏ ନେଇ ଏଲଏଣ୍ଡଟି କମ୍ପାନୀ ଦ୍ୱାରା ପରିଚାଳିତ ନନ୍ ପ୍ରଫିଟ ସଂସ୍ଥା ପ୍ରୟାସ ଟ୍ରଷ୍ଟର ଅଧ୍ୟକ୍ଷା ମୀନା ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ଏଲଏଣ୍ଡଟି କମ୍ପାନିର ସିଏସଆର ମୁଖ୍ୟ ମାବେଲ ଆବ୍ରାହିମ ସହ ଏସଏଲଏସ ଟ୍ରଷ୍ଟର ପରିଚାଳନା ମୁଖ୍ୟ ଟ୍ରଷ୍ଟି ଇତିଶ୍ରୀ ମୁର୍ମୁଙ୍କ ସହ ଏକ ଚୁକ୍ତିମାନା ସ୍ୱାକ୍ଷରିତ ହୋଇଯାଇଛି। ଏହି ଏମଓୟୁ ସ୍ୱାକ୍ଷରିତ ହେବାବେଳେ ସିଇଓ ଓ ଏମଡି ଏସଏନ ସୁବ୍ରମଣ୍ୟମ ତଥା ଏସଏଲଏସ
ଟ୍ରଷ୍ଟର ସୁବୋଧ କୁମାର ଉପସ୍ଥିତ ଥିଲେ।
ଗତ ତା୨୨ା୪ା୨୦୨୩ରିଖ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁସାରେ ବାଦମପାହାଡ ଠାରେ ମେସନାରୀ, ବାର ବେଣ୍ଡିଙ୍ଗ, ପ୍ଲମ୍ବିଙ୍ଗ, ପାଇପ ୱେଲ୍ଡିଙ୍ଗ, ସ୍କାଫୋଲ୍ଡିଙ୍ଗ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥି ସହିତ କମ୍ପୁଟର ମାଧ୍ୟମରେ ଡିଜିଟାଲ ସ୍କିଲ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆବାସିକ ବିଦ୍ୟାଳୟରେ ରହିବା ସହ ଏହା ସହିତ ସ୍ମାର୍ଟ କ୍ଲାସରୁମ, ଷ୍ଟେଟ ଅଫ ଦି ଆର୍ଟ ସିମୁଲେଟରର୍ସ ଇତ୍ୟାଦି ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆଦିବାସୀ ବହୁଳ ଅଞ୍ଚଳରେ ଏହି ଟେକନୋଲଜିକାଲ ହବରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ସୁଯୋଗ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ।