ଉମରକୋଟ- ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଥିବା ନବଜ।ତ ଶିଶୁର ସ୍ଵତନ୍ତ୍ର ଯତ୍ନ ବିଭାଗ ବା ଯାହାକୁ (ଏସ ଏନ୍ ସି ୟୁ) ବୋଲି କୁହାଯାଏ ତାହା ଆଜି ସମଗ୍ର ଓଡ଼ିଶାରେ ପ୍ରଥମସ୍ଥାନ ଅଧିକାର କରିଛି। ଆଜି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟ।ଣ ବିଭାଗ ତରଫରୁ ପାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।
୨୦୧୪ ମସିହାରୁ ଆରମ୍ଭ ହେଇଥିବା ଏହି ବିଭାଗରେ ନବଜାତ ଶିଶୁଙ୍କ ପାଇଁ ବର୍ତ୍ତମାନ ୧୨ ଟି ବେଡ଼ର ବ୍ୟବସ୍ଥା ଥିଲେ ହେଁ ପ୍ରତିଦିନ ୨୦ ରୁ ୨୪ ପିଲା ଏଠାରେ ବର୍ତ୍ତି ହୁଅନ୍ତି। ଏହି କେନ୍ଦ୍ର ଉପରେ ଉମରକୋଟ, ରାଇଘର, ଝରିଗା, ଚନ୍ଦା ହାଣ୍ଡି ବ୍ଲକର ପିଲା ବର୍ତ୍ତି ହେବା ପାଇଁ ଆସିଥାଆନ୍ତି।। ବିଶେଷ କରି ଛୁଆ ଜନ୍ମ ହେବା ପରେ ଜଣ୍ଡିସ, ଅଳ୍ପ ଓଜନ କିମ୍ବା ଶ୍ୱାସ ପ୍ରକ୍ରିୟାରେ ଅସୁବିଧା ହେଲେ ଏହି ବିଭାଗରେ ରହି ତୁରନ୍ତ ଚିକିତ୍ସା ହେବାକୁ ପଡ଼େ। ବର୍ତ୍ତମାନ ଉମରକୋଟର ଏହି କେନ୍ଦ୍ରରେ ଓକି ସି ଜେ ନ, ୱ।ର୍ମର, ଫୋଟ ଥେରାପି ଇତ୍ୟାଦି ସମସ୍ତ ସୁବିଧା ରହିଛି।
ଆଉ ସବୁଠାରୁ ବଡ଼ ବିଶେଷତ୍ଵ ହେଲା ଏହି କେନ୍ଦ୍ରରେ କଙ୍ଗ।ରୁ ମଦର କେୟାର ଅଛି ଯେଉଁଠି କି ଏକ। ସଙ୍ଗେ ୭ ଜଣ ମା’ ତାଙ୍କର ଛୁଆ କୁ ବ୍ରେଷ୍ଟ୍ ଫିଡିଂ କରିପାରିବେ। ଏହି କଙ୍ଗ।ରୁ ମଦର କେୟାର ବ୍ୟବସ୍ଥା ସର୍ବ ପ୍ରଥମେ ଉମରକୋଟରୁ ଆରମ୍ଭ ହେଇଥିଲା ଓ ବର୍ତ୍ତମାନ ଏହା ସମଗ୍ର ଓଡ଼ିଶା ପାଇଁ ଏକ ରୋଲ୍ ମଡେଲ ହେଇ ପାରିଲା ଓ ବର୍ତ୍ତମାନ ଏହାକୁ ଦେଖି ଓଡ଼ିଶାର ଅନ୍ୟ ହସ୍ପିଟାଲ୍ରେ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି।
ବର୍ତ୍ତମାନ କୋବିଡରେ ଆକ୍ରାନ୍ତ ୩ ଜଣ ଛୁଆ ଏଠାରେ ଚିକିତ୍ସିତ ହେଉଛନ୍ତି ଅବଶ୍ୟ ସେମାନଙ୍କ ପାଇଁ ଅଲଗା ରୁମ୍ର ବ୍ୟବସ୍ଥା କରାଯାଇ ଚିକିତ୍ସା କର। ଯାଉଥିବା ଏହି ବିଭାଗର ମୁଖ୍ୟ ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଆଉ ସବୁଠାରୁ ଗୁରୁତ୍ବ କଥା ହେଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯେଉଁ ପରି ଏହି ବିଭାଗ ପରିଚାଳନା ହେଉଛି ଓଡ଼ିଶାର ବଡ଼ ବଡ଼ ମେଡିକାଲ୍ କଲେଜରେ ମଧ୍ୟ ନାହିଁ ବୋଲି ବର୍ତ୍ତମାନ ପାସ୍ କରି ଆସିଥିବା ଡକ୍ଟର ଛାତ୍ରମାନେ ମତ ଦେଉଛନ୍ତି। ଏହି ବିଭାଗକୁ ଦିନ ରାତି ଏକ କରି ସେବା ପ୍ରଦାନ କରୁଛନ୍ତି ଉମରକୋଟ ମାଟିର ପୁଅ ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଓ ୧୦ ଜଣ ଷ୍ଟାଫ ନର୍ସ। ଏହିମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆଜି ଉମରକୋଟ ପରି ଏକ ଉପାନ୍ତ ଅଞ୍ଚଳଟି ସମଗ୍ର ଓଡ଼ିଶା ପାଇଁ ଗୋୖରବ ଆଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/05144460-01f5-422f-b576-1f15b692e686-1.jpg)