ଭଦ୍ରକ: ଭଦ୍ରକରେ ବିଶ୍ଵ ବିଦ୍ୟାଳୟ ସ୍ଥାପନ ପାଇଁ ଅନେକ ଉଦ୍ୟମ ଓ ଅନେକ ଅପେକ୍ଷା ପରେ ମଧ୍ୟ ଏଯାବତ୍ ଏହି ବାବଦରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଘୋଷଣା ନକରିବାରୁ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ବିଦ୍ୟାର୍ଥୀ ବିକାଶ ମଞ୍ଚର ଉପଦେଷ୍ଟା ଓ କର୍ମକର୍ତ୍ତାଗଣ। ଉକ୍ତ ଅନୁଷ୍ଠାନର ମାର୍ଗଦର୍ଶକ ପ୍ରଫେସର ଡଃ. ଶୈଳେନ୍ଦ୍ର ମହାପାତ୍ର ଓ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ. ଦେବେନ୍ଦ୍ର ନାଥ ରାଉତଙ୍କ ମିଳିତ ନିର୍ଦ୍ଦେଶକ୍ରମେ ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ପ୍ରଥମେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ଭଦ୍ରକ ଜିଲ୍ଳାର ସମସ୍ତ ବିଧାୟକଙ୍କ ଉଦ୍ଦେଶ୍ୟରେ ଭଦ୍ରକରେ ସଚେତନ ନାଗରିକଗଣ ଓ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଦସ୍ତଖତ ଅଭିଯାନ କରାଯାଇଥିଲା। ପରେ ପରେ ଗତକାଲି ଭଦ୍ରକ ଜିଲ୍ଳାର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କର ସଂଗଠନ ମାନଙ୍କୁ ଡକାଯାଇ ଶ୍ରୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଭଦ୍ରକ କଲେଜ ମୁଖ୍ୟ ଫାଟକ ନିକଟରେ କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ପ୍ରଥମେ ଭଦ୍ରକ କଲେଜର ଖୋଲା ଗ୍ୟାଲେରୀ ଓ ମଞ୍ଚ ଉପରେ ଛାତ୍ରଛାତ୍ରୀମାନେ ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ପାଇଁ ଏକ ବିଶେଷ ଆଲୋଚନାଚକ୍ର କରିବା ପରେ ଭଦ୍ରକ କଲେଜ ମୁଖ୍ୟ ଫାଟକ ଆଗରେ ମିଳିତ ଭାବରେ ମାନନୀୟ ମୁଖ୍ୟମନ୍ତ୍ରୀ ଓ ଚଳିତ ବିଧାନସଭା ଅଧିବେଶନରେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ପାଇଁ ଜିଲ୍ଳାର ୫ ବିଧାୟକ, ‘୫ଟି’ ସଚିବ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡ଼ିଆ ଜରିଆରେ କିଛି ଅନୁରୋଧ ଜଣାଇଛନ୍ତି।
ଅନୁରୋଧ ଅନୁସାରେ ଚଳିତବର୍ଷ ଜୁନ ୧୧ରେ ଭଦ୍ରକର ଏକ ନିଦ୍ଦିର୍ଷ୍ଟ ସଭାରେ ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ଭାବରେ ‘୫ଟି’ ସଚିବଙ୍କ ପ୍ରତିଶୃତି ଅନୁସାରେ ଭଦ୍ରକରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ତୁରନ୍ତ ଘୋଷଣା ଓ ବିଜ୍ଞପ୍ତି ପ୍ରକାଶ ହେଉ, ନଚେତ ବାଧ୍ୟ ହୋଇ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ଓ ଜନଆନ୍ଦୋଳନ ଜାଗିବ ବୋଲି ଶ୍ରୀ ବିଶ୍ଵାଳ ଓ ଛାତ୍ରଛାତ୍ରୀଗଣ ମିଳିତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ସାହୁ, ସଞ୍ଜିବନୀ ସ୍ବାଇଁ, ଅଞ୍ଜଳୀ ପ୍ରସାଦ, ପୁଷ୍ପଲତା ନାୟକ, ପ୍ରିୟାଂଶୁ ରାଉତ, ତତ୍ତ୍ଵମସୀ ପରିଡ଼ା, ତପବିଭବ ରାଉତ, ମନୀଷା ରାଉତ, ଶୁଭଲକ୍ଷ୍ମୀ ମୁଦୁଲୀ, ପୂଣ୍ଣିର୍ମା ଘୋଷ, ସୋନାଲିକା ମହାକୁଡ଼, ସାବିତ୍ରୀ ମୁଣ୍ଡା ଓ ସମଗ୍ର ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ଶତାିଧକ ଛାତ୍ରଛାତ୍ରୀ ପ୍ରତିନିଧିଗଣ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/IMG-20230904-WA0014.jpg)