ସୂରଜ ପଟ୍ଟନାୟକ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ, ରାଜକିଶୋର ଦାଶଙ୍କୁ ବିଡିଓ ଦାୟିତ୍ବ

ଜୟପୁର: ଏହାରି ମଧ୍ୟରେ ରାଜ୍ୟସରକାର ଓଏଏସ୍ ଅଧିକାରୀ ମାନଙ୍କର ଅଦଳ ବଦଳ କରିଛନ୍ତି। ଏହିକ୍ରମରେ ଜୟପୁର ବିଡିଓ ସୂରଜ ପଟ୍ଟନାୟକଙ୍କୁ ଜୟପୁର-ମାଲକାନଗିରୀ-ଜୟପୁର-ନବରଙ୍ଗପୁର ରେଳପଥ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ ବଦଳି ହୋଇଥିଲା। ତାଙ୍କ ସ୍ଥାନରେ ସାଲେପୁରରୁ ରାଜକିଶୋର ଦାଶଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ରାଜକିଶୋର ଦାଶ ବିଡିଓ ସୂରଜ ପଟ୍ଟନାୟକଙ୍କ ଠାରୁ ଜୟପୁର ବିଡିଓ ଭାବେ ଦାୟିତ୍ବ ନ‌େଇଥିଲେ। ଦାୟିତ୍ବ ନେବା ସମୟରେ ଏବିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସେଭଳି ଆଜି ଜୟପୁର-ମାଲକାନଗିରୀ-ଜୟପୁର-ନବରଙ୍ଗପୁର ରେଳପଥ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ ଶ୍ରୀ ପଟ୍ଟନାୟକ ଜୟପୁର କାର୍ଯ୍ୟାଳୟକୁ ଯାଇ ଦାୟିତ୍ବ ନେଇଛନ୍ତି। ତାଙ୍କୁ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଅମୁଲ୍ୟ ସାହୁ ଦାୟିତ୍ବ ହସନ୍ତାର କରିଥିଲେ। ଶ୍ରୀ ସାହୁଙ୍କୁ ତିର୍ତ୍ତୋଲ ତହସିଲଦାର ଭାବେ ବଦଳି ହୋଇଛି। ଆଜି ବ୍ଲକ ପରିସରରେ ନୂଆ ବିଡିଓଙ୍କୁ ସ୍ବାଗତ ଓପୁରୁଣା ବିଡିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର