ବାମରା, ବାଗଡିହ ଷ୍ଟେସନରେ ଅଟକିବ ତିନି ସ୍ବତନ୍ତ୍ର ଟ୍ରେନ

ରାଉରକେଲା: ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବାମରା, ବାଗଡିହରେ ତିନିଟି ସ୍ବତନ୍ତ୍ର ଟ୍ରେନ୍‌ ଅଟକିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ହାୱଡା-ଅହମ୍ମଦାବାଦ୍‌ ସ୍ବତନ୍ତ୍ର (୦୨୮୩୪), ରାଉରକେଲା -ଭୁବନେଶ୍ବର ସ୍ବତନ୍ତ୍ର (୦୩୨୮୮) ବାମରା ଷ୍ଟେସନରେ ଅଟକିବ। ସେମିତି ରାଜେନ୍ଦ୍ରନଗର-ଦୁର୍ଗ ସ୍ବତନ୍ତ୍ର ଉଭୟ ବାମରା ଓ ବାଗଡିହ ଷ୍ଟେସନରେ ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ। ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ରହିବାକୁ ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପରବର୍ତ୍ତୀ ସମୟରେ ଦୈନିକ ଏହି ତିନିଟି ଟ୍ରେନ ରହିବ ବୋଲି ଜଣାପଡିଛି। ହାୱଡା- ଅହମ୍ମଦାବାଦ୍‌ ସ୍ବତନ୍ତ୍ର ପ୍ରତ୍ୟେହ ସକାଳ ୬ଟା ୪୫ ମିନିଟ୍‌ରେ ବାମରା ଷ୍ଟେସନରେ ପହଞ୍ଚିବ। ୧୦ ମିନିଟ୍‌ ରହଣି ପରେ ୬ଟା ୫୫ ମିନିଟ୍‌ରେ ଛାଡିବ। ସେମିତି ଅହମ୍ମଦାବାଦ- ହାୱଡା ସ୍ବତନ୍ତ୍ର ୫ଟା ୫୪ ମିନିଟ୍‌ରେ ବାମରା ଷ୍ଟେସନରେ ପହଞ୍ଚିବ। ୧ ମିନିଟ୍‌ ପରେ ଅର୍ଥାତ୍‌ ୫ଟା ୫୫ ମିନିଟ୍‌ରେ ଛାଡିବ। ରାଉରକେଲା- ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ସକାଳ ୬ଟା ୧୧ ମିନିଟ୍‌ରେ ବାମରାରେ ପହଞ୍ଚିବ। ୬ଟା ୧୨ ମିନିଟ୍‌ରେ ଛାଡିବ। ସେମିତି ଭୁବନେଶ୍ବର- ରାଉରକେଲା ସ୍ବତନ୍ତ୍ର ରାତି ୮ଟା ୧ ମିନିଟ୍‌ରେ ବାମରା ଷ୍ଟେସନରେ ପହଞ୍ଚିବ। ୮ଟା ୨ ମିନିଟ୍‌ରେ ଛାଡିବ। ରାଜେନ୍ଦ୍ରନଗର-ଦୁର୍ଗ ସ୍ବତନ୍ତ୍ର ୧୨ଟା ୯ ମିନିଟ୍‌ରେ ବାମରା, ୧୨ଟା ୨୦ ମିନିଟ୍‌ରେ ବାଗଡେହ ଷ୍ଟେସନରେ ପହଞ୍ଚି । ୧୨ଟା ୧୦ ମିନିଟ୍‌ରେ ବାମରା ଓ ୧୨ଟା ୨୧ ମିନିଟ୍‌ରେ ବାଗଡିହ ଷ୍ଟେସନ ଛାଡିବ। ଦୁର୍ଗ- ରାଜେନ୍ଦ୍ରନଗର ସ୍ବତନ୍ତ୍ର ବାଗଡେହରେ ୧ଟା ୫୭ ମିନିଟ୍‌ ଓ ବାମରାରେ ୨ଟା ୮ ମିନିଟ୍‌ରେ ପହଞ୍ଚିବ। ୧ଟା ୫୮ ମିନିଟ୍‌ରେ ବାମରା, ୨ଟା ୯ ମିନିଟ୍‌ରେ ବାଗଡିହ ଷ୍ଟେସନ ଛାଡିବ।

ସମ୍ବନ୍ଧିତ ଖବର