ଜୋନ ସଂପାଦକ ବ୍ରଜ ମାଝି ବିଜେଡିରେ ଯୋଗ ଦେଇ ନାହାନ୍ତି

ରାଜ୍ୟ ସିପିଆଇ(ଏମ) ନେତା ପ୍ରଶାସନ ବିରୋଧରେ ଗର୍ଜିଲେ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସିପିଆଇ(ଏମ) ନେତାମାନେ ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। ଉପସ୍ଥିତ ନେତାମାନଙ୍କ ମଧ୍ୟରୁ ରାଜ୍ୟ ସଂପାଦକ ଅଳିକିଶୋର ପଟନାୟକ, ବରିଷ୍ଠ ନେତା ଜନାର୍ଦନ ପତି, ଜଗନ୍ନାଥ ମିଶ୍ର, ଜୋନ ସଂପାଦକ ବ୍ରଜ ମାଝି, ବଳରାମ ଗଲୋରୀ, କୃଷ୍ଣ ପାଙ୍ଗି ପ୍ରମୁଖ ରହିଥିଲେ। ଗତ ଦୁଇ ଦିନ ତଳେ ସିପିଆଇଏମର ମାଲକାନଗିରି ଜିଲ୍ଲା ସଂପାଦକ ବ୍ରଜ ମାଝି ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଂକୁ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କରାଯାଇଥିବା ନେଇ ମଧ୍ୟ ଘୋଷଣା କରାଯାଇଥିଲା। ବ୍ରଜ ମାଝିଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା ଉପଢୌକନ ଦେଇ ସମ୍ମାନିତ କରିଥିଲେ।

ତେବେ ଏହାକୁ କିନ୍ତୁ ସାମ୍ବାଦିକ ସମ୍ମିଲନୀରେ ବ୍ରଜ ମାଝି ଖଣ୍ଡନ କରିଥିଲେ। ସେ ସିପିଆଇଏମରେ ରହିଛନ୍ତି ଏବଂ ରହିବେ। ସେ ଆଜି ସ୍ପଷ୍ଟିକରଣ ଦେଇ ଗଣମାଧ୍ୟମକୁ କହିଥିଲେ ଯେ ସେ କେବେ ମଧ୍ୟ ବିଜେଡିରେ ଯୋଗ ଦେନ କରିନାହାଁନ୍ତି।ସିପିଆଇଏମ ଦଳର ନୀତି ଓ ଆଦର୍ଶରେ ସଂପୂର୍ଣ୍ଣ ବିଶ୍ବାସ କରୁଛନ୍ତି। ଦଳରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ଭ୍ରମକୁ ଦୁର କରାଯାଉ ବୋଲି କହିଥିଲେ। ଏହାପରେ ରାଜ୍ୟସ୍ତରୀୟ ନେତାମାନେ ଜିଲ୍ଲାରେ ହେଉଥିବା ଅନିୟମିତତାକୁ ନେଇ ଗର୍ଜିଥିଲେ। ଜିଲ୍ଲାରେ ସାତ ମହଲା ବିଶିଷ୍ଠ ଡାକ୍ତରଖାନା ରହିଛି ସତ କିନ୍ତୁ ଏଠାରେ ଡାକ୍ତର, ନର୍ସ ଉପଯୁକ୍ତ ପରିମାଣରେ ନାହାଁନ୍ତି।

ଲୋକେ ବାଧ୍ୟ ହୋଇବାହାର ଜିଲ୍ଲା ଏବଂ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ସେହିପରି ମୋଟୁ ରାସ୍ତା ଦେଇ ଶହ ଶହ ପ୍ରବାସୀ ଜିଲ୍ଲା ଭିତରକୁ ପ୍ରବେଶ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରଶାସନ ତରଫରୁ କୌଣସି ସୁବିଧା କରାଯାଇ ନାହିଁ। କୋଭିଡ ୧୯ର ଟେଷ୍ଟ କରିବା ସହ ସେମାନଙ୍କୁ ରହିବା, ଖାଇବା ଇତ୍ୟାଦିକ ସମସ୍ୟା ରହିଛି। ବହୁ ପ୍ରବାସୀ ଆଜି ବି ଚାଲି ଚାଲି ହିଁ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା କୁହାଯାଇଛି। ବିଛିନ୍ନାଞ୍ଚଳରେ ଆଜି ବି ଲୋକେ ଅବହେଳିତ ହୋଇ ରହିଛନ୍ତି।

ସ୍ବାଭିମାନ ଅଂଚଳ କେବଳ ନାମକୁ ମାତ୍ର ଘୋଷଣା କରାଗଲା।ସେଠାରେ ଖାଲି ରାସ୍ତା ତିଆରି କରିଦେଲେ ହେବ ନାହିଁ। ଲୋକଙ୍କର ମୌଳିକ ସୁବିଧା ମଧ୍ୟ ପହଞ୍ଚିବାକୁ ପଡିବ ବୋଲି କୁହାଯାଇଥିଲା। ଆଜି ବି ମାଲକାନଗିରି ଆଦିବାସୀ ଜମି ପଟ୍ଟା ପାଇଁ ଦୌଡି ଦୌଡି ନୟାନ୍ତ ହେଲେଣି।ସମସ୍ତଙ୍କୁ ଜମି ପଟ୍ଟା ମିଳୁଛି କିନ୍ତୁ ଏହି ଜିଲ୍ଲାର ଆଦିବାସୀଙ୍କୁ ଅଣଦେଖା କରାଯାଉଛି। ଜଂଗଲ ଜମି ପଟା, ଘରଡିହ ପଟା ଇତ୍ୟାଦି ପ୍ରଦାନ ନେଇ ଦାବି କରାଯାଇଥିଲା। ଜିଲ୍ଲାରେ ବହୁ ସମସ୍ୟା ରହିଛି ଯାହାକୁ ପ୍ରଶାସନ ସମାଧାନ କରିବାରେ ବିଫଳ ହେଉଛି। ତେଣୁ ଆଗାମୀ ଦିନରେ ଏନେଇ ରାଲି ଓ ଆନ୍ଦୋଳନ କରାଯିବା ନେଇ ମଧ୍ୟ ଧମକ ଦିଆଯାଇଛି।

ସମ୍ବନ୍ଧିତ ଖବର