ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ରହିଥିବା ଜଙ୍ଗଲରେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ପାଇକ ହଲ କରିଥିଲେ। ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସୁରକ୍ଷାକର୍ମୀ ଦ୍ୱାରା ସ୍ପାଇକ ହୋଲ ଠାବ କରାଯାଇଥିଲା। ତେଲେଙ୍ଗାନାର ଭଦ୍ରାଡି କଥାଗୁଡ଼ୁମ ଜିଲ୍ଲାର ଜଗନ୍ନାଥପୁରମ ଗ୍ରାମ ନିକଟସ୍ଥ ପୁସୁଗୁପା ଜଙ୍ଗଲରେ ନକ୍ସଲ ଏଭଳି ସ୍ପାଇକ ହୋଲ କରିଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ।

Advertisment

ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ ସାମ୍ବାଦିକ ସମ୍ମିଳନୀରେ ନକ୍ସଲଙ୍କ ଏହି ଘଟଣାର ପର୍ଦାଫସ କରିଛନ୍ତି । ଆଦିବାସୀଙ୍କ ପାଇଁ ଲଢ଼ୁଥିବା ନକ୍ସଲ ସେମାନଙ୍କୁ ହିଁ ଟାର୍ଗେଟ କରୁଛି। ଜଙ୍ଗଲରେ ନକ୍ସଲ ବୋମା ଖଞ୍ଜିବା ସହ ସ୍ପାଇକ ହୋଲ କରି ଆଦିବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ସୀମାନ୍ତବର୍ତୀ ଗ୍ରାମର ଲୋକେ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରିଛନ୍ତି। ଜଙ୍ଗଲରୁ ପୁଲିସ ୪୩୯୬ଟି ଲୁହାର ସ୍ପାଇକ ଗୁଡିକ ଜବତ କରିଛି। ସୀମାନ୍ତ ଅଂଚଳରେ ତିନି ରାଜ୍ୟର ପୁଲିସ ଦ୍ୱାରା ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି।