ବାଲେଶ୍ବର: କତାରରେ ରହୁଥିବା ୩ ଶହରୁ ଅଧିକ ଓଡ଼ିଆ ପରିବାରଙ୍କୁ ନେଇ ଗଠିତ ହୋଇଛି ଉତ୍କଳିକା ସଂଗଠନ। ଏହି ସଂଗଠନ ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଗତକାଲି କତାରର ଖେଳ ଦିବସ ଅବସରରେ ସଂଗଠନ ପକ୍ଷରୁ ବିଭିନ୍ନ ବର୍ଗଙ୍କୁ ନେଇ ୨୫ ପ୍ରକାର ଖେଳ ପ୍ରତିଯୋଗିତା କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସଂଗଠନର ପରିଚାଳନା କମିଟିର ପୂର୍ବତନ ସଦସ୍ୟମାନେ ଯୋଗ ଦେଇଥିଲେ।
ସଂଗଠନର ସଭାପତି ଡ.ବସନ୍ତ କୁମାର କବି, ଉପସଭାପତି ନିହାର ମହାନ୍ତି, ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୋଗାଯୋଗ ବିଭାଗର ଯୁଗ୍ମ ସଂପାଦକ ପରମାନନ୍ଦ ରାଉତ, ସଂପାଦକ ପ୍ରିୟଦର୍ଶୀ ଦାସ, ଖେଳ ବିଭାଗର ଯୁଗ୍ମ ସଂପାଦକ ତୃପ୍ତି ପଟ୍ଟନାୟକ ଓ ସଂପାଦକ ଚିନ୍ମୟ ଦାସ ଖେଳ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ ସଦସ୍ୟମାନେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଓଡ଼ିଆ ପରିବାର ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଓଡ଼ିଆଙ୍କର ଏହି କାର୍ଯ୍ୟକ୍ରମକୁ ଦୋହାବାସୀ ପ୍ରଶଂସା କରିବା ସହିତ ଖେଳର ମଜା ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/00ce5de7-ca33-49da-8a09-fbf6f7a6d676.jpg)