ଜୟପୁର: ଜୟପୁର ଫୁଲବାଡ଼ ଠାରେ ୧୨ ଏକର ଜମି ପରିମିତ ଅଂଚଳରେ ୨୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସର କାମ ବର୍ଷକ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତିନି ବର୍ଷ ବିତିଯାଇଥିଲେ ହେଁ ଏହା ସରିବା ନାଁ ନେଉନି। ପୂର୍ବରୁ ନେଇଥିବା ଠିକାଦାର କାମ ଧାର୍ଯ୍ୟ ସମୟରେ କରି ନ ପାରିବାରୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପର ବିଭାଗ ଏହାର ଠିକାଦାରକୁ ବଦଳାଇ ଦେଇଥିଲେ। ନୂଆ ଠିକାଦାର ଆସିବା ପରେ ବି ଯଥା ପୂର୍ବଂକୁ ତଥା ପରଂ।

Advertisment

ଏହି ଠିକାଦାର ବି ସବଲିଜ୍ ରେ ଦେଇ କାମ କରାଉଥିବା ଦେଖି ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି। କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ କ୍ରୀଡାବିତ୍ ମାନଙ୍କୁ ଏଠାରେ ଅତ୍ୟାଧୁନିକ ଭିତ୍ତିଭୁମି, ବୈଷୟିକ ପ୍ରଣାଳୀ ସହ ଉନ୍ନତମ ମାନର ପ୍ରଶିକ୍ଷଣ ଦେଇ କ୍ରୀଡାବିତଙ୍କ ଲକ୍ଷ୍ୟରେ ପ୍ରମୁଖ ସହଯୋଗୀ ମାଧ୍ୟମ ସାଜିବାକୁ ଲକ୍ଷ୍ୟରେ ଏହି ସମନ୍ବୀତ ସ୍ପୋର୍ଟସ୍ କଂପ୍ଲେକ୍ସର ନିର୍ମାଣ କରାଯାଉଛି। ଏହାରି ପରିସରରେ ଫୁଟବଲ ପଡ଼ିଆ, ଚାରି ପଟେ ସିନ୍ଥେଟିକ୍ ଟ୍ରାକ, ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍ , ସୁଇମିଂ ଫୁଲ, ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଓ ପ୍ରଶାସନିକ ଭବନ କରାଯିବା ଯୋଜନା ରହିଛି। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପର ବିଭାଗ ପ୍ରମୁଖ ସଚିବ ଭିନ୍ନିଲ କ୍ରୀଷ୍ଣା ବାରମ୍ବାର ଭିଡିଓ କନଫେରନସିଂ କରି ଏହି କ୍ରୀଡା କଂପ୍ଲେକ୍ସ ସଂପର୍କରେ ସମୀକ୍ଷା ଉପରେ ସମୀକ୍ଷା କରି ଆସୁଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ବେଦବର ପ୍ରଧାନ ଏହାର ତଦାରଖ କରି ଏହାର ଧିମା ଅଗ୍ରଗତିକୁ ନେଇ ରିପୋର୍ଟ ଦେଇଥିବା ସୂଚନା ମିଳିଛି।

ଗତ ୧୫ଦିନ ତଳେ ତଦାରଖ ସମୟରେ ଯେତିକି ପରିମାଣ ନିର୍ମାଣ କାମ ହୋଇଥିଲା ସେଥିରୁ କିଛି ବି ଅଗ୍ରଗତି ଏଥରକ ତଦାରଖ ବେଳେ ସେ ଦେଖି ପାରି ନଥିବା କହିଛନ୍ତି ଉପଜିଲ୍ଲାପାଳ। ପୂର୍ବ ପରି କିଛି ରୁମର ଲୁହା ଛଡ଼ ବାହାରକୁ ବାହାରି ଆସି ରହିଥିବା ବେଳେ ସୁଇମିଂ ପୁଲ ପାଇଁ କରାଯାଇଥିବା ସ୍ଥାନରେ ପାଣି ଜମା ହୋଇ ରହିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। ବର୍ଷକରେ ଏହାର ନିର୍ମାଣ କାମ ସରିବ ଏବଂ ଏଠାରେ ଜିଲ୍ଲାର ବହୁ କ୍ରୀଡାବିତ୍ ନିଜ ଅଭ୍ୟାସ ଜାରି ରଖିବେ ବୋଲି ଯେଉଁ ଆଶା ବାନ୍ଧି ରହିଥିଲେ ତାହା ତିନି ବର୍ଷ ହେବ ପୂରଣ ହୋଇପାରିନି।