ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ  

ରାମଦାସପୁରରେ ଆଇଟି ପୁଞ୍ଜିନିବେଶର ସ୍ଥିତି ପରଖଲେ ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋସ୍ଥିତ ସରକାରୀ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତିା

ମନ୍ତ୍ରୀ ଶ୍ରୀ ବେହେରା କଲେଜର ବିଲଡିଂ, କ୍ଲାସ୍ରୁମ୍‌, ଛାତ୍ରାବାସ ଓ ଛାତ୍ରୀନିବାସ ର୍ନିମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧକାରୀ, କାର୍ଯ୍ୟଭାର ନେଇଥବା ସଂସ୍ଥାର ଅଧକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥଲୋ ଆଧୁନିକ ଜ୍ଞାନକୌଶଳ ର୍ନିମିତ କ୍ୟାମ୍ପସ୍ରେ ତିନିମହଲା ବିଶିଷ୍ଟ ଆକାଡେମୀକ୍‌ ବ୍ଲକ୍‌ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛିା ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛିା ଏଥ ସହିତ ଆକାଡେମୀକ୍‌ ବ୍ଲକରେ ସ୍ମାର୍ଟ କ୍ଲାସ୍ରୁମ୍‌, ଲାବ୍‌, ସେମିନାର୍‌ ହଲ୍‌, ସ୍‌ୱତନ୍ତ୍ର ଟ୍ୟୁଟୋରିଆଲ୍‌ ହଲ୍‌, ସେମିନାର୍‌ ହଲ୍‌, ଆଲୁମିନି ହଲ୍‌, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛିା

ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାମ୍ପସ୍‌ରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖଥବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅଧକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥଲୋ ସମସ୍ତ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥବାରୁ ଯଥାଶୀଘ୍ର ବିଲଡିଂଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ର୍ନିମାଣ ଦାୟିତ୍ୱରେ ଥବା ଅଧକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥଲୋ ଏହି ଅବସରରେ କ୍ରୀଡ଼ା ଅଭ୍ୟାସ ଲାଗି ପଡ଼ିଆ ଏବଂ ଇନ୍‌ଡୋର ହଲ୍‌ ଉପରେ ମନ୍ତ୍ରୀ ଅଧକାରୀମାନଙ୍କ ସହ ଆଲୋଚନା କରିଥଲୋ

ଅପରାହରେ ମନ୍ତ୍ରୀ ଶ୍ରୀ ବେହେରା କଟକର ତ୍ରିଶୁଳିଆ ନିକଟରେ ଥବା ରାମଦାସପୁର ଶିଳ୍ପାଞ୍ଚଳ ଗସ୍ତରେ ଯାଇଥଲୋ ସେଠାରେ ମନ୍ତ୍ରୀ ଶ୍ରୀ ବେହେରା ଭାରତ ମସଲା ଫ୍ୟାକଫ୍ରି ବୁଲି ଦେଖବା ସହ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥଲୋ ଓଡ଼ିଶା ଆଇଟି କ୍ଷେତ୍ରରେ ପ୍ରଗତିର ପାହାଚ ଚି ଚାଲିଥବାବେଳେ ଏହି ଅଞ୍ଚଳରେ ଆଇଟି ପୁଞ୍ଜିନିବେଶ ପାଇଁ କ’ଣସବୁ ସୁଯୋଗ ରହିଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥଲୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପରିଚାଳନାରେ ବର୍ତ୍ତମାନ କୋଭିଡ୍‌ ନିୟନ୍ତ୍ରଣାଧୀନ ଥବାବେଳେ ରାଜ୍ୟର ବିକାଶଧାରାକୁ ଆଗେଇ ନେବାରେ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଥବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛିା

ସମ୍ବନ୍ଧିତ ଖବର