କରୋନା କାଳରେ କ୍ରୀଡ଼ାବିତ୍‌ମାନେ ଘରେ ରହିବା ସହ ସମୟ କାଢ଼ି ବିଭିନ୍ନ କ୍ରୀଡ଼ା କୌଶଳକୁ ଅଭ୍ୟାସ କରିଛନ୍ତି

ଜୟପୁର: କରୋନା ନିଶ୍ଚିତ ରୂପେ କ୍ରୀଡ଼ା ଓ କ୍ରୀଡ଼ାବିତ୍ ମାନଙ୍କର ସମ୍ମାନକୁ ବଢ଼ାଇଛି। ଲୋକେ ଘରେ ରହିବା ସହ ସମୟ କାଡ଼ି ବିଭିନ୍ନ କ୍ରୀଡ଼ା କୌଶଳକୁ ଅଭ୍ୟାସ କରିଛନ୍ତି। ସଂକ୍ରମଣ ଭୟରେ  ଟୋକିଓରେ ଅଲମ୍ପିକ୍ସ ବିନା ଦର୍ଶକରେ ଆୟୋଜନ କରିଛି। ଯଦିଓ ଭାରତ ଗୋଟିଏ ପଦକ ପାଇ ଖାତା ଖୋଲିଛି ଓ ଆଉ କିଛି ପ୍ରତିଯୋଗିତାରେ ଖାତା ଖୋଲିବ ଏଥିରେ ଦ୍ବିମତ ନାହିଁ। ଷ୍ଟାଡିୟମରେ ଦର୍ଶକ ଖଚାଖଚ୍ ବସିଥିବେ । କ୍ରୀଡାବିତ୍ ମାନେ ସେହି ଗହଳି ଚହଳି ମଧ୍ୟରେ ସପକ୍ଷ ଓ ବିପକ୍ଷ ଦେଶର ଦର୍ଶକଙ୍କ ଟିପଣୀ ମଧ୍ୟରେ ନିଜ ମଧ୍ୟରେ ରହିଥିବା  କ୍ରୀଡ଼ାକୁ ଯେଭଳି  ପ୍ରଦର୍ଶନ କରୁଥିଲେ।  ଜିତିବା ପରେ ଯେଉଁ ଆନନ୍ଦ ଏବଂ ଦେଶର ସମ୍ମାନ ବଢ଼ାଉ ଥିଲେ ତାହା ହୋଇ ପାରିବ ନି ବୋଲି କହିଛନ୍ତି ରାଜ୍ୟ ଆଥଲେଟିକ୍ ଆସେସିଏସନର ଯୁଗ୍ମ ସଂପାଦକ ତଥା ବର୍ଷିୟାନ ଆଥଲେଟ୍ ରବି ନାୟକ। ବଣମଲ୍ଲୀ ଦୂତୀ ଚାନ୍ଦ ଦୀର୍ଘ ଦିନ ଧରି ଓଡିଶାର କୋଚଙ୍କ ଠାରୁ ଆରମ୍ଭ କରି ସର୍ବଭାରତୀୟ କୋଚଙ୍କ ଠାରୁ ତାଲିମ ନେଇଛନ୍ତି। ପ୍ରଥମ ଅଲିମ୍ପିକ୍ସରେ ଯଦିଓ ସଫଳତା ପାଇନଥିଲେ ହେଁ ଦ୍ବିତୀୟରେ ସେ ନିଶ୍ଚିତ ରୂପେ ସଫଳ ହୋଇ ଓଡିଶା ପାଇଁ ମାଇଲ୍ ଖୁଣ୍ଟ ସ୍ଥାପନ କରିବେ ବୋଲି କହିଛନ୍ତି ଶ୍ରୀ ନାୟକ।

୧୯୭୬ମସିହାରୁ ସ୍କୁଲ ପଡ଼ିବା ସମୟରେ ଦୌଡକୁଦରେ ଭାଗ ନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଠାରୁ ସେ ୧୯୮୬ମସିହା ପର୍ଯ୍ୟନ୍ତ ପଛକୁ ଫେରି ନାହାନ୍ତି। ଦିନକୁ ୭ରୁ ୮ଘଣ୍ଟା କାଳ ସେ ବିକ୍ରମଦେବ ପଡ଼ିଆ, ଫିନାଙ୍ଗୀ ପାହାଡ଼, ଆମ୍ବାଗୁଡ଼ା ପର୍ଯ୍ୟନ୍ତ ରୋଡ ରନିଂ ଆଦି କରି ବିଭିନ୍ନ ରାଜ୍ୟ ଓ ସର୍ବଭାରତସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିଲେ। ୧୯୮୬ମସିହା ପରେ ସେ ଜୟପୁର ସହରରେ କ୍ରୀଡାବିତ୍ ମାନଙ୍କୁ ଦୌଡ଼କୁଦ ସହ ବିଭନ୍ନ ନୂଆନୂଆ ଖେଳ ସଂପର୍କରେ ତାଲିମ୍ ଦେଇ ଆସିଛନ୍ତି। ସଂପ୍ରତି ବି ସେ ଏହି ଧାରା ଜାରି ରଖିଛନ୍ତି।

ଭଲ ଖେଳ ପଡ଼ିଆ, କୋଚିଂ, ଅତ୍ୟାଧୁନିକ ପଦ୍ଧତିରେ ତାଲିମ ଆଦି କୋରାପୁଟ ଜିଲ୍ଲାର ବଣମଲ୍ଲୀ ମାନେ ପାଉ ନାହାନ୍ତି। କିଛି ବରିଷ୍ଠ କ୍ରୀଡାବିତ ମାନେ ଦେଉଥିବା ମାର୍ଗଦର୍ଶନରେ ଏଠାକାର ପିଲା ସର୍ବଭାରତସ୍ତରୀୟ ଦୈଡକୁଦ, ଫୁଟବଲ, ନେଟବଲ କ୍ରିକେଟ, ବେସବଲ, ସଫ୍ଟ ବଲ, ସିପାକଟାକ୍ର, ଭଲିଭଲ, କ୍ରିକେଟ ଆଦି ଖେଳିବା ସହ ସଫଳତା ପାଇଛନ୍ତି। ରାଜ୍ୟ ପୁଲିସ, ଅବକାରୀ, ବିଏସଏଫ, ସିଆରପିଏଫ, ସିଆଇଏସଏଫ,ଏସଏସବିଏନ୍ ଆଦିରେ ସେ କୋଚିଂ ଦେଇଥିବା କ୍ରୀଡାବିତ୍ ମାନେ ନିଯୁକ୍ତି ପାଇଛନ୍ତି ବୋଲି କହିଛନ୍ତି। ଏହି କ୍ରୀଡ଼ାବିତ୍ ମାନଙ୍କ ଏହି ସଫଳତା ତାଙ୍କୁ ଆତ୍ମସନ୍ତୋଷ ଦେଉଛି ବୋଲି କହିଛନ୍ତି। ପିଲା ମାନେ ୮ରୁ ୧୦ଘଣ୍ଟା ପରିଶ୍ରମ କରି ନିଜକୁ ଫିଟ୍ ରଖିବାକୁ ପଡ଼ିବ। ତେବେ ଆଜିକାର ପିଲା ମାନେ ଦିନକ ପରିଶ୍ରମରେ ସଫଳତାର ସ୍ବପ୍ନ ଦେଖୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଭିତ୍ତିଭୂମି ଓ ଅନୁସଙ୍ଗିକ ବ୍ୟବସ୍ଥା, ସ୍ପୋର୍ଟସ୍ ହଷ୍ଟେଲ ଓ ଆକାଡେମୀ ନିର୍ମାଣ କରୁଛନ୍ତି।  ଏହା ସହ ଉତ୍ତମ କୋଚ ଆଦିର ନିଯୁକ୍ତି ଦେବା ସହ ଗ୍ରାମାଂଚଳରେ ଟ୍ୟାଲେଣ୍ଟ ହଣ୍ଟ କରିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀ ନାୟକ।

ସମ୍ବନ୍ଧିତ ଖବର