ରାୟଗଡା: ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ତଥା ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଗାନ୍ଧୀ ପାର୍କ ନିକଟରୁ ଭଗବାନ ବିଶ୍ଵକର୍ମା ଏବଂ ଭାରତମାତାଙ୍କ ରଥକୁ ସଂକୀର୍ତ୍ତନ ସହ ବିରାଟ ପଟୁଆରରେ ସହର ପରିକ୍ରମା କରି ସ୍ଥାନୀୟ ଟାଉନ୍ ହଲ୍ ଠାରେ ପହଞ୍ଚି ଏକ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରମିକ ଗୀତ ଗାନ କରାଯାଇ ସାରା ଦେଶରେ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତଃ ସେବା ପ୍ରମୁଖ ଦୀପକ କୁମାର ରାଉତ ଏବଂ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ ଯୋଗ ଦେଇ ଭାରତୀୟ ବିଚାରରେ ଭାରତ ଗଠନରେ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଆଲୋକପାତ କରିଥିଲେ।
ଭାରତୀୟ ବିଚାରରେ ସମର୍ପିତ ହୋଇ ଶୃଙ୍ଖଳିତ ଭାବେ ନିଜର କର୍ମମୟ ଜୀବନ ମଧ୍ୟରେ ଭାରତୀୟ ବିଚାର ଧାରାରେ ରାଷ୍ଟ୍ର ହିତ, ଉଦ୍ୟୋଗ ହିତ, ଶ୍ରମିକ ହିତ ଏବଂ ତ୍ୟାଗ ତପସ୍ୟା ଆଉ ବଳିଦାନକୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର ସଂଘକୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାରେ ଶ୍ରମିକମାନଙ୍କ ଯେଉଁ ଅବଦାନ ରହିଛି ତାକୁ ସମ୍ମାନ ଦେବାକୁ କୁହାଯାଇଥିଲା। ସରକାର ଆଜିର ଦିନରେ ଅଙ୍ଗନୱାଡ଼ି କର୍ମୀ।ଆଶା କର୍ମୀ, ପାଚିକା, ଆଶା ସାଥୀ, ଠିକା ଶ୍ରମିକ, ଅସଂଘଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଅଣଦେଖା କରୁଥିବା ଏବଂ କଳକାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଛଟେଇ କରାଯାଉଥିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ନିନ୍ଦା କରିବା ନିନ୍ଦା କରିଥିଲେ। ଜିଲ୍ଲା ସଭାପତି ମହନ ରାଓ ମାଝୀ ଏବଂ ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ଜୟନ୍ତୀ ପଦ୍ମାଳୟା ସାହୁ, ଉଷାରାଣୀ ଦାଶ, ଏ. ତିରୁପତି ରାଓ. ନେହା ସିଂହ. କେ. କେ ଜେନା, ଧର୍ମ ସିଂହ ନାଗ, ଦୂର୍ଗା ମାଧବ ଘୋଷ, ପରମାନନ୍ଦ ପ୍ରଧାନ, ନିରଞ୍ଜନ ସେନାପତି, ଏମ ରାମ ବାବୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Rgda-Majdoor-sangh-rally-1.jpg)