ରାଉରକେଲା: ରାଉରକେଲାସ୍ଥିତ କୁଆରମୁଣ୍ଡା କାରଡି ହରିହରପୁରରେ ଥିବା ଶ୍ରୀ ଗଣେଶ ସ୍ପଞ୍ଜ କାରଖାନାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବଙ୍କରରେ ପଡି ଜଣେ ବଏଲର ଅପରେଟରଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ରାଉରକେଲାସ୍ଥିତ ସେକ୍ଟର -୨ ଓଏସଆରଟିସି କଲୋନିରେ ବସବାସ କରୁଥିବା ଯୋଗେଶ ଡୋରା (୩୮) ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/09/WhatsApp-Image-2020-09-24-at-14.06.07-300x146.jpeg)
ସୂଚନାଯୋଗ୍ୟ, ଅନେକ ଦିନ ହେବ କାରଖାନା ସଟଡାଉନ ଥିବାରୁ ବଙ୍କରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହାକୁ ସଜାଡିବା ପାଇଁ ଯୋଗେଶ ଡେରା ତାଙ୍କ ସହକର୍ମୀଙ୍କ ସହ ବଙ୍କର ଉପରକୁ ଚଢ଼ି ଯାଇଥିଲେ। ତେବେ ଅସାବଧାନତା ହେତୁ ସେ ୧୫ଫୁଟ ଗଭୀର ବଙ୍କର ଭିତରକୁ ଖସି ପଡ଼ିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା। ସଙ୍ଗେସଙ୍ଗେ ତାଙ୍କୁ କିଛି କର୍ମଚାରୀ ସେହି ବଙ୍କର ଭିତରୁ ଉଦ୍ଧାର କରି ବେଦବ୍ୟାସର ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଇଏସଆଇସି ମଡେଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ମୃତ ଯୋଗେଶଙ୍କ ପରିବାର ଲୋକେ କ୍ଷତି ପୂରଣ ଦାବି ନେଇ ହସ୍ପିଟାଲରୁ ଶବକୁ ଉଠାଇ ନାହାନ୍ତି। ଏଯାବତ କାରଖାନାର କୌଣସି ବରିଷ୍ଠ ଅଧିକାରୀ ମଧ୍ୟ ହସ୍ପିଟାଲରେ ପହଞ୍ଚି ନଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/20bb57c4-3e5e-4161-8ff9-9030d7559b62.jpg)