ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସୃଷ୍ଟି

ଅନର୍ଗଳ କହି ପାରୁଛନ୍ତି ଇଂରାଜୀ-ହିନ୍ଦୀ ରାଇମ, ୫୬ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଚିତ। କିନ୍ତୁ ଏହି ଅଞ୍ଚଳଟିରେ କୁନି ପ୍ରତିଭାଙ୍କ ଅସାଧାରଣ ଜ୍ଞାନ ଯୋଗୁ ଅଞ୍ଚଳଟି ସବୁବେଳେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ମାତ୍ର ୫ବର୍ଷର ଝିଅ ସୃଷ୍ଟି ମିଶ୍ର ଓରଫ ଭୁରବି ନିଜର ଆସାଧରଣ ଜ୍ଞାନ ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଭୁରବିଙ୍କ ଏଭଳି ଜ୍ଞାନ ମାତ୍ର ୨ବର୍ଷ ବୟସରେ ଜଣା ପଡ଼ିଥିଲା ବୋଲି କୁହନ୍ତି ପିତା କାହ୍ନୁ ଚରଣ ମିଶ୍ର କୁହନ୍ତି। ଭୂରବିଙ୍କ ପିତା କାହ୍ନୁ ଚରଣ ମିଶ୍ର ଓ ମାତା ସୁମାନି ପାଣି ଅଟନ୍ତି।

ଉଭୟ ବାପା ଓ ମାଆ ଶିକ୍ଷକ ଶିକ୍ଷୟିତ୍ରୀ ଅଟନ୍ତି। ଉମରକୋଟ୍‌ ବଚପନ୍‌ ପ୍ଲେ ସ୍କୁଲରେ ୟୁକେଜିର ଛାତ୍ରୀ ଅଟନ୍ତି ଭୁରବି। ବର୍ତ୍ତମାନ ସେ ଉମରକୋଟ୍‌ ସହରର ଗୁଲିପାଟଣା ସାହିରେ ବାସ କରନ୍ତି। ସୃଷ୍ଟିଙ୍କ ଆସାଧରଣ ପ୍ରତିଭା ହେଲା ସେ ଏକା ଥରକେ ୯ଟି ଇଂରାଜୀ ରାଇମ, ୫ଟି ହିନ୍ଦୀ ରାଇମ, ୫୬ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର, ୨୫ଟି ସ୍ଵାଧୀନତା ସଂଗ୍ରାମୀଙ୍କୁ ଚିହ୍ନିବା, ଆଲ୍‌ଫାବେଟ୍‌ରେ ‘ବ ରୁ ଚ୍ଛ’ ପର୍ଯ୍ୟନ୍ତ ସ୍ଵାଧୀନତା ସଂଗ୍ରାମୀ ଓ ନେତ।ଙ୍କ ନାଁ କହିବା, ଭାଗବତ ଗୀତା, ଶିବ ତାଣ୍ଡବ ଗାଇବା, ୫ଟି ଶ୍ଳୋକ ଉଚ୍ଚାରଣ କରିବା, ୨ଟି ଇଂରାଜୀ ଗଳ୍ପ କହିବା, ବୃକ୍ଷ ଉପରେ ସଚେତନତା କାର୍ଯ୍ୟକ୍ରମ କରିବା, ସ୍ଵାଧୀନତା ଦିବସ, ଗୁରୁ ଦିବସ ଉପରେ ବକୃତ। ଇତ୍ୟାଦି ଅନର୍ଗ‌ଳ ଭାବେ କହିପାରନ୍ତି ସୃଷ୍ଟି।

ସୃଷ୍ଟିଙ୍କ ପିତା ଜୁନ୍‌ ୪ରେ ଅନ୍‌ଲାଇନରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଁ ଆବେଦନ କରିଥିଲେ। ୨୬ତାରିଖ ଦିନ ସଂସ୍ଥା ତରଫରୁ ଡାଟା ମାଗିଲେ ସେ ଅନୁଯାୟୀ ପିତା ସମସ୍ତ ଭିଡିଓ ଓ ତଥ୍ୟ ଅପ୍‌ଲୋଡ କରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ ପକ୍ଷରୁ ୩୦ଜୁନ୍‌ରେ ଭିଡିଓ କଲିଙ୍ଗ କରି ପରୀକ୍ଷା ନେଇଥିଲେ। ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ତରଫରୁ ସୃଷ୍ଟିଙ୍କ ନିକଟକୁ ମେଡାଲ, ମାନପତ୍ର, ଷ୍ଟିକର, ବ୍ୟାଚ୍‌ ଇତ୍ୟାଦି ପହଞ୍ଚିଲା। ସୃଷ୍ଟି ତାଙ୍କର ସଫଳତା ପାଇଁ ବାପା ଓ ମାଆ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଜେଜେ ବାପା ଓ ଜେଜେ ମାଆ, ଆଈ, ମାମୁଁ, ଦାଦା ଓ ଖୁଡି, ମଉସା ଓ ମାଉସୀ, ପିଉସା ଓ ପିଉସୀଙ୍କୁ ଶ୍ରେୟ ଦେଇଛନ୍ତି। ସୃଷ୍ଟିଙ୍କର ଏହି ପ୍ରତିଭା ପ୍ରଚାରିତ ହେବା ପରେ ଖୁସିର ଲହରୀ ସହରରେ ଦେଖାଯିବା ସହ, ଶୁଭେଛୁ ଓ ଶିକ୍ଷକ ସମାଜ ସୃଷ୍ଟିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର