କଟକ: ଛାତ୍ରଛାତ୍ରୀମାନଙ୍କର ପରିଶ୍ରମର ଫଳ, ଦଶମ ଓ ଦ୍ୱାଦଶ ଫଳ ସହିତ ବାହାରିଯାଇଛି। ଚଳିତ ବର୍ଷ ସେଣ୍ଟ. ଜାଭିଅର ସମୂହର ସମସ୍ତ ବିଦୟାଳୟର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳ ହୋଇଛନ୍ତି। ତେବେ ସମସ୍ତ ବିଦୟାଳୟର ସମସ୍ତ ଶୀର୍ଷକୃତ ପ୍ରାୟ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ସମୂହ ତରଫରୁ ଆଜି ଓଡ଼ିଶା କ୍ରିକେଟ ଏକାଡେମି (ଓସିଏ) କନଫରେନ୍ସ ହଲରେ ଏକ ଭବ୍ୟ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ସମୂହର ନିର୍ଦ୍ଦେଶକ ଡ଼.ପ୍ରଭୁଚରଣ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ। ଓଡ଼ିଶାର ଦଶମ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ଲାଭ କରିଥିବା ଅଭୀପ୍ସା ମହାନ୍ତି ସ୍କୁଲର ଗୌରବ ଆଣିଛନ୍ତି। ତେଣୁ ନିର୍ଦ୍ଦେଶକ ଡ. ମହାନ୍ତି ତାଙ୍କୁ ୧୦,୦୦୦ ଟଙ୍କାର ନଗଦ ରାଶି ପୁରସ୍କାର ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଠ ଗଣିତଜ୍ଞ, ତଥା ଶ୍ରୀଜଗନ୍ନାଥ କଥା ବାଚକ ଡ଼. ଶୁଭେନ୍ଦୁ ସ୍ୱାଇ ପିଲାମାନଙ୍କର ଭବିଷ୍ୟତ ପନ୍ଥା ବିଷୟରେ ଆଲୋକପାତ କରି କହିଲେ ଯେ, ଛାତ୍ର ଜୀବନରେ ଆଧ୍ୟାତ୍ମିକତା ନିଶ୍ଚିତ ଜରୁରୀ। ତେବେ, ବିଦ୍ୟାଳୟ ସମୂହ ତରଫରୁ୯୫ ପ୍ରତିଶତରୁ ଅଧିକ ରଖିଥିବା ପିଲାମାନଙ୍କୁ ବିନା ଦେୟରେ ଶିକ୍ଷାଦାନର ବ୍ୟବସ୍ଥା, ତଥା ୯୦ ପ୍ରତିଶତରୁ ଅଧିକ ପିଲାମାନଙ୍କୁ ୫୦ ପ୍ରତିଶତ ଦେୟ ମୁକ୍ତ ହେବ ବୋଲି ଘୋଷଣା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବାରବାଟୀ ଜାଭିଅରର ଅଧ୍ୟକ୍ଷ, ଡ଼. ପ୍ରିୟଦର୍ଶୀ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଆଠଗଡ ଅଧ୍ୟକ୍ଷ ଡ଼. ପ୍ରଦୀପ ତ୍ରିପାଠୀ, ନୂଆବଜାର ଅଧ୍ୟକ୍ଷ ପ୍ରେମରାଜ ପାତ୍ର, କୃଷ୍ଣମୁର୍ତ୍ତିର ଅଧ୍ୟକ୍ଷ ପ୍ରଶାନ୍ତ ଦାସ, ଓ ବାରବାଟୀ କୃଷ୍ଣମୁର୍ତ୍ତିର ଅଧ୍ୟକ୍ଷ ଦିବ୍ୟକୃଷ୍ଣ ପ୍ରଧାନ ଓ ଅନ୍ୟ ସମସ୍ତ ଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ବର୍ଷ ଠାରୁ ଜାଭିଅର ସମୂହର ବିଭିନ୍ନ ପ୍ରବେଶିକା ପରୀକ୍ଷାର ଯୋଜନା "ସ୍ୱତନ୍ତ୍ର-୪୦ (ସେଶାଲ- ୪୦)" ଆରମ୍ଭ ହୋଇଛି ବୋଲି ସ୍କୁଲ ତରଫରୁ ସୂଚନା ଦିଆ ହୋଇଛି।