ଯୋଡ଼ା: ଯୋଡ଼ା ଆଜାଦବସ୍ତିର ଝୁମ୍ପୁଡ଼ି ହଟିଂରେ ଜଣେ ଯୁବକଙ୍କୁ ଆଉଜଣେ ଯୁବକ ଛୁରାମାଡ଼ କରିଛି। ଆହତ ଯୁବକ ହେଲେ ବିକାଶ ମୁଣ୍ଡା। ତାଙ୍କୁ ଯୋଡ଼ା ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିକାଶଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସୂରଜ ହେମ୍ବ୍ରମ ନାମକ ଜଣେ ଯୁବକ ତାଙ୍କ ଘରକୁ ଆସି ଗାଳିଗୁଲଜ କରିଥିଲା।

Advertisment

ଏହାକୁ ପୁଅ ବିକାଶ ବିରୋଧ କରିଥିଲେ। ସୂରଜ ଉତ୍ତ୍ୟକ୍ତ ‌ହୋଇ ଏକ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ବିକାଶଙ୍କୁ ପରିବାର ଲୋକେ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେ ଆଇସିୟୁରେ ଚିକତ୍ସିତ ହେଉଥିବା ଜଣାପଡ଼ିଛି। ଯୋଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।