ଆସନ୍ତା ୧୫ତାରିଖରୁ ଏମ୍‌କେସିଜି ବଡ଼ ଡାକ୍ତରଖାନାର ସାଧାରଣ ଓପିଡି ସେବା ଆରମ୍ଭ ହେବ

ଗଞ୍ଜାମ: ଜନସାଧାରଣଙ୍କ ସୁବିଧା ପାଇଁ ଆସନ୍ତା ୧୫ ତାରିଖରୁ ଏମ୍‌କେସିଜି ବଡ଼ ଡାକ୍ତରଖାନାର ସାଧାରଣ ଓପିଡି ସେବା ଆରମ୍ଭ ହେବା ନେଇ ଗଞ୍ଜାମ ଜିଲ୍ଲାପାଳ ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଖାନାକୁ ଆସିବା ସମୟରେ ରୋଗୀମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ଆହ୍ଵାନ କରିଛନ୍ତି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି କ୍ରମେ ସାଧାରଣ ରୋଗୀ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।

ବଡ଼ ଡାକ୍ତରଖାନାରେ ଗତ ଜୁନ୍‌ ମାସରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ବାରମ୍ବାର ପଜିଟିଭ୍‌ ଚିହ୍ନଟ ହେବା ପରେ ଓପିଡି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଆଲୋଚନା ପରେ ଜୁଲାଇ ୯ ତାରିଖରୁ ଓପିଡି ବନ୍ଦ କରାଯାଇଥିଲା।

OPD Of MKCG Hospital In Berhampur To Reopen On August 10 - ODISHA ...

ଓପିଡି ବନ୍ଦ ହେବା ଯୋଗୁଁ ସାଧାରଣ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ଓପିଡି ଖୋଲିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା। ବୁଦ୍ଧିଜୀବୀମାନେ ମଧ୍ୟ ଜିଲ୍ଲା ପ୍ରଶାସନକୁ ଏ ଦିଗରେ ପ୍ରସ୍ତାବ ଦେଇଥିଲେ। ଏପରିକି ଓପିଡି ଖୋଲିବାକୁ ନେଇ କିଛିଦିନ ତଳେ ୨ଟି ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ଓପିଡି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୫ତାରିଖରୁ ସ୍ୱାଭାବିକ ଭାବେ ସାଧାରଣ ଓପିଡି ସେବା ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର