ଯାଜପୁରର କଣ୍ଟେନମେଣ୍ଟ ଜୋନ୍ ବୁଲିଲେ ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ

ଯାଜପୁର : ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ବୁଧବାର ଯାଜପୁରଗସ୍ତରେ ଆସିଥିଲେ। ଯାଜପୁର ଜିଲ୍ଲାରେ କାରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ସହ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ କିପରି ବ୍ୟବସ୍ଥା ରହିଛି ତାହାକୁ ପରିଦର୍ଶନ କରିଥିଲେ। ମୁଖ୍ୟତଃ ସେ ଯାଜପୁର ଜିଲ୍ଲାର ହଟସ୍ପଟ ଭାବେ ପରିଚିତ କଟିକଟା କଣ୍ଟେନମେଣ୍ଟ ଜୋନ ପରିଦର୍ଶନ କରିଥିଲେ । ଏହି ସମୟରେ ଯାଜପୁର ଏସପି ଚରଣ ସିଂହ ମିନାଙ୍କ ସହ ଟାଉନ ଥାନାଧିକାରୀ ଆଶିଷ କୁମାର ସାହୁ , ଦଶରଥପୁର ଥାନାଧିକାରୀ ଅସିତ ମହାନ୍ତି ଓ ଟିମ ଏବଂ ଜିଲ୍ଲା ଗୁଇନ୍ଦା ବିଭାଗର ଅଧିକାରୀଙ୍କ ସମେତ ସ୍ଥାନୀୟ ପୁଲିସ ମଧ୍ୟ ଉପସ୍ଥିତ ଥିଲେ ।

ହଟସ୍ପଟ ଅଞ୍ଚଳର ସ୍ଥିତି ଉପରେ ବିଶେଷ ଆଲୋକପାତ କରିବା ସହ କଟିକଟା ସମେତ ବିରଜାପୁର ,ବାସୁଦେବପୁର କଣ୍ଟେନମେଣ୍ଟ ଜୋନ ଉପରେ ଆଲୋଚନା କରିଥିଲେ। ଏଥି ସହିତ ଜିଲ୍ଲାରେ ବିଭିନ୍ନ ଅବରୋଧ ଅଞ୍ଚଳରେ କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀମାନେ ସୁରକ୍ଷା ଓ ସଚେତନତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅଧିକ ସାହାଯ୍ୟ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଶେଷରେ ସେ ଟାଉନ ଥାନା ପରିଦର୍ଶନ କରି ଲୋକଙ୍କୁ ସଠିକ ସେବା ଯୋଗାଇ ଦେବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଟାଉନ ଥାନା ପରିସରରେ ଥିବା ବାରାକ୍‌ ବୁଲି କର୍ମଚାରୀମାନେ କିପରି ରହୁଛନ୍ତି, ସାମାଜିକ ଦୂରତା ରହିଛି କି ନାହିଁ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର