ବାରିପଦା : ବାରିପଦା କୋଭିଡ୍ ହସ୍ପିଟାଲରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଯିବା ପରେ ଆଜି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ବାଜ। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଓ ମୃତ୍ୟୁହାର ବଢୁଥିବା ବେଳେ, ବିଭିନ୍ନ ସମୟରେ ଚିକିତ୍ସାରେ ସମସ୍ୟା ଓ ପରିଚାଳନାଗତ ତ୍ରୁଟି ସମ୍ପର୍କରେ ଖୋଦ୍ ଜିଲ୍ଲାପାଳ ହସ୍ତକ୍ଷେପ କରିଛନ୍ତି। ଆଜି ଜିଲ୍ଲାପାଳ ବରିଷ୍ଠ ଅଧିକାରଈଙ୍କ ସହିତ ହସ୍ପିଟାଲ ପରିଦର୍ଶନ କରିଥିଲେ। ଚିକିତ୍ସା ବ୍ୟବସ୍ଥା ଓ ଅକ୍ସିଜେନ ମହଜୁଦ ସମ୍ପର୍କରେ ସମୀକ୍ଷା କରିଥିଲେ। ରୋଗୀଙ୍କୁ ଯେପରି ସଠିକ ଚିକିତ୍ସା ମିଳେ ସେନେଇ ଗୁରୁତ୍ବାରୋପ କରିବାକୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ହସ୍ପିଟାଲରେ ଅକ୍ସିଜେନର ଅଭାବ ନଥିବା ଏବଂ ଅତିରିକ୍ତ ଅକ୍ସିଜେନ ସିଲିଣ୍ଡର ବନ୍ଦୋବସ୍ତ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ଆଗାମୀ ଦିନରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା କୋଭିଡ ପରିଚାଳନା ସଠିକ ଭାବରେ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସମସ୍ତ ଲାଇନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ଗସ୍ତ ଅବସରରେ ଏଡିଏମ(ଜେନେରାଲ୍) ପ୍ରକାଶ ଚନ୍ଦ୍ର ବେହେରା, ଏଡିଏମ(ରେଭେନ୍ୟୁ) ରୁଦ୍ର ନାରାୟଣ ମହାନ୍ତି, କୋଭିଡ ନୋଡାଲ ଅଧିକାରୀ ତଥା ବାରିପଦା ପିଏ ଆଇଟିଡିଏ ଭବେଶ କୁମାର ନାୟକ, ସିଡିଏମଓ ଡ. ରୂପଭାନୁ ମିଶ୍ର ଙ୍କ ସମେତ ଡାକ୍ତରୀ ଟିମ ଏବଂ ହେଲ୍ପ ଲାଇନ ଟିମ ଓ ଅକ୍ସିଜେନ ଯୋଗାଣ ଦାୟୀତ୍ୱରେ ଥିବା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ମୟୁରଭଞ୍ଜ ଜିଲ୍ଲାପାଳଙ୍କ କୋଭିଡ୍ ହସ୍ପିଟାଲ ପରିଦର୍ଶନ, ସାମଗ୍ରୀକ ବ୍ୟବସ୍ଥାର ସମୀକ୍ଷା କଲେ
ଚାପରେ କାମ କରୁଥିବା ମାନିଲେ
/sambad/media/post_attachments/wp-content/uploads/2021/05/IMG-20210515-WA0045.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)