କଟକ : ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସ˚ଘ ଏବ˚ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷଣ ଓ ତାଲିମ କେନ୍ଦ୍ର (ବିସିଟିସି)ର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ରାଜ୍ୟ ରୢାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ପ୍ରତିଯୋଗିତାକୁ ଖ୍ରୀଷ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁମିତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ˚ଘ ସମ୍ପାଦକ ନିଲିନ କୁମାର, ବିସିଟିସିର ମୁଖ୍ୟ ପ୍ରଶିକ୍ଷକ କମଳ ଦାସ, ମୁଖ୍ୟ ରେଫରି ରିତା ଦାସ, କାର୍ତ୍ତିକ ଦାସ, ଚନ୍ଦନ ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

Advertisment

ପ୍ରଥମ ଦିନ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରୁ ୧୯ ବର୍ଷରୁ କମ୍‌ ମିଶ୍ରିତ ଯୁଗଳରେ ଅ˚ଶ ମିତ୍ତଲ, ଲକ୍ଷ୍ମଣ ପ୍ରେମକ୍ରିଷ୍ଣା, ଶରଣ୍ୟ ପିନିଟି ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ୩୫ ବର୍ଷରୁ କମ୍‌ ପୁରୁଷ ଏକକରେ ଅବିନାଶ ଶତପଥି, କେ ରବିବାବୁ, ସରୋଜ ମହନ୍ତ, ୪୦ ବର୍ଷରୁ କମ୍‌ ପୁରୁଷ ଏକକରେ ବ୍ୟୋମକେଶ ମହାନ୍ତି, କେ ରବିବାବୁ, ରାକେଶ ସାହୁ, ୪୫ ବର୍ଷରୁ କମ୍‌ ପୁରୁଷ ଏକକରେ ବିକାଶ ଦାସ, ରାକେଶ ସାହୁ, ମିଟନ ଶତପଥି, ମହମ୍ମଦ ହାସିମ, ୫୫ ବର୍ଷରୁ କମ୍‌ ପୁରୁଷ ଏକକରେ ସିଭିକେ ସୁଧାକର, ଅଜୟ ସାଙ୍ଗ ସେମି ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଯୁଗଳ ୫୦ ବର୍ଷରୁ କମ୍‌ ବୟସ ବର୍ଗରେ ର˚ଜିତ ସାହୁ-ଶୁଭ୍ରା˚ଶୁ ଦଳାଇ, ଅସିତ ପଟ୍ଟନାୟକ-ପ୍ରଦୀପ କୁମାର ପଟ୍ଟନାୟକ ଯୋଡ଼ି ଏବ˚ ୫୫ ବର୍ଷରୁ କମ୍‌ରେ ମାନସ ପଣ୍ତା-ସତ୍ୟନାରାୟଣ ପଟ୍ଟନାୟକ, ଅଶୋକ ମଲ୍ଲିକ-ଶୁଭାଶିଷ ସାହୁ ଯୋଡ଼ି ସେମି ଫାଇନାଲ୍‌ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।