ସୁନ୍ଦରଗଡ଼: ଷ୍ଟେସନ ମ୍ୟାନେଜରଙ୍କ ଉପରେ ଚଢ଼ିଗଲା ଟ୍ରେନ୍‌!

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିକଟ ସୁନାଖାନା ରେଳଷ୍ଟସନରେ କାର୍ଯ୍ୟରତ ଷ୍ଟେସନ ମ୍ୟାନେଜର ଇମତିଆଜ ଆଲମ(୫୦)ଙ୍କର ଏକ ଅଜଣା ଟ୍ରେନରେ କଟି ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ରେଳ ବିଭାଗରେ ଶୋକର ଛାୟା ଖେଳି ଯାଇଛି। ଷ୍ଟେସନ ମ୍ୟାନେଜର ଇମତିଆଜ ଆଲମ ଗତକାଲି ସଂଧ୍ୟା ୮ଟା ସମୟରେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ। ମାତ୍ର ରାତ୍ର ୧୦ଟା ବଳେକୁ ତାଙ୍କର ଡ଼୍ୟୁଟି ଥିବାରୁ ଘରକୁ ନ ଫେରିବାରୁ ରହୁଥିବା ଭଡ଼ାଡ଼ିଆଙ୍କର ସଂଦେହ ହୋଇଥିଲା। ଏ ସଂର୍ପକରେ ସୋନାଖାନା  ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇଥିଲେ।

ଆଜି ଭୋର ସମୟରେ ଇମତିଆଜଙ୍କର ମୃତଦେହ ଡ଼ାଉନ୪୫୦/୩୨-୩୦ ନକିଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଶରୀର ଉପରେ ରେଳ ଗାଡ଼ି ଚଢ଼ି ଯାଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ସେ ଗତ ଡ଼ିସେମ୍ବର ମାସରେ ସୋନାଖାନାରେ ଯୋଗ ଦେଇଥିଲେ। ରାଜଗାଙ୍ଗପୁର ରେଳବାଇ ପୁଲିସ ସହକାରୀ ସବ୍‌- ଇନିସପେକ୍ଟର ରମେଶ କୁମାର ଭଇଁସାଲ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ଡ଼ାକ୍ତରଖାନାକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର