ରାଉରକେଲା: ଇସ୍ପାତ ସହରରେ ଶୀତ ଅସହ୍ୟ ହେଲାଣି। ଗତ ସପ୍ତାହେ ହେଲା ରାଜ୍ୟର ସର୍ବାଧିକ ଶୀତୁଆ ସହର ତାଲିକାରେ ରାଉରକେଲା ଶୀର୍ଷରେ ରହୁଛି। ଗତ ୧୨ ତାରିଖରୁ ସହରର ସର୍ବନିମ୍ନ ତାପମାତ୍ରା ରାଜ୍ୟର ଅନ୍ୟ ଜିଲ୍ଲା/ସହର ତୁଳନାରେ ଢ଼େର୍ କମ୍ ରହିଛି।
ବିଶେଷକରି ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଥିଲା। ଚଳିତବର୍ଷ ଲଗାତାର ଦୁଇଦିନ, ଅର୍ଥାତ୍ ୧୬ ଓ ୧୭ ତାରିଖରେ ତାପମାତ୍ରା ସର୍ବନିମ୍ନ ୫.୭ ଡିଗ୍ରି ରହିଥିଲା। ହାଡ଼ଭଙ୍ଗା ଶୀତ ସାଙ୍ଗକୁ କୁହୁଡ଼ି, ଗମନାଗମନ ତଥା ଦୈନନ୍ଦିନ ଜୀବନଯାପନକୁ ବହୁମାତ୍ରାରେ ପ୍ରଭାବିତ କରିଛି।
/sambad/media/media_files/2024/12/19/2bQ17lExiFi5GffQ7n4n.jpeg)
ତେବେ କେବଳ ରାଉରକେଲା ନୁହେଁ, ବରଂ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ତାପମାତ୍ରା ଢ଼େର୍ କମ୍ ରହୁଛି। କୋଇଡ଼ା ବ୍ଲକ ଅନ୍ତର୍ଗତ ଟେନ୍ସାଠାରୁ ହେମଗିର ପର୍ଯ୍ୟନ୍ତ, ପ୍ରବଳ ଶୀତ ଅନୁଭୂତ ହେଉଛି।
ଗତ ୧୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା(ରାଉରକେଲା ବ୍ୟତିତ)ତାପମାତ୍ରା ୮.୬ ଡିଗ୍ରି ରେକର୍ଡ କରାଯାଇଥିଲା। ସର୍ବଦା ଚଳଚଞ୍ଚଳ ତଥା ଯାତ୍ରୀଙ୍କ ଗମନାଗମନ ଯୋଗୁଁ ବ୍ୟସ୍ତବହୁଳ ରିଂ ରୋଡ୍ ମଧ୍ୟ ରାତି ୧୦ଟା ପରେ ଖାଁ ଖାଁ ଲାଗୁଛି। ଏତଦ୍ବ୍ୟତୀତ ରାତି ୮/୯ଟାରୁ ସକାଳ ୯ଟା ଯାଏ କୁହୁଡ଼ି, ଯାତାୟତକୁ ଏକପ୍ରକାର ଠପ୍ କରିଦେଇଛି।
ଅଧିକ ପଢ଼ନ୍ତୁ: କପ୍ତିପଦା ଥାନା ଅଧିକାରୀଙ୍କୁ ଆକ୍ରମଣ କଲେ ବାଲି ମାଫିଆ
ଆଗାମୀ ୫ ଦିନ ରାଉରକେଲାରେ ତାପମାତ୍ରା କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ସହରର ସର୍ବନିମ୍ନ ତାପମାତ୍ରା ୯/୧୦ ଡିଗ୍ରି ରହିବ ବୋଲି କହାଯାଇଛି।
ଅଧିକ ପଢ଼ନ୍ତୁ: ‘ବିକଶିତ ଭାରତ’ର ସ୍ୱପ୍ନ ହେବ ସାକାର: ଧର୍ମେନ୍ଦ୍ର ପ୍ରଧାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/19/7ws2u4chbz2MdjzhHGv3.jpeg)