୨ ଖଣି ମାଫିଆଙ୍କୁ ଗିରଫ କଲା ଏସ୍‌ଟିଏଫ

ଭୁବନେଶ୍ୱର: ଏସ୍‌ଟିଏଫ୍‌ ଗୁରୁବାର ଖୋର୍ଦ୍ଧାରୁ ୨ ଜଣ ଖଣି ମାଫିଆଙ୍କୁ ଗିରଫ କରିଛି। ଏସ୍‌ପି (ଏସ୍‌ଟିଏଫ୍‌) ରାହୁଲ ପି.ଆର ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଫୁଲ୍ଲ ନାୟକ ଓରଫ ଟୁନା ଓ ଅବନୀକାନ୍ତ ସାମନ୍ତରାୟ । ଉଭୟ ପ୍ରଫୁଲ୍ଲ ଓ ଅବନୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ପଥର ଖଣି ଖନନ ମାମଲାରେ ସମ୍ପୃକ୍ତ ଥିଲେ। ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇ ଖଣି ସାମଗ୍ରୀ ବିକ୍ରି କରି ଏମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ।

ଖୋର୍ଦ୍ଧା ନାରାୟଣ ନଗର ଅଞ୍ଚଳର ବୈକୁଣ୍ଠ ବିହାରୀ ନାୟକଙ୍କ ପୁଅ ପ୍ରଫୁଲ୍ଲ କୁମାର ନାୟକଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ସେହିପରି ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତ ଅଞ୍ଚଳର ଅନନ୍ତ ସାମନ୍ତରାୟଙ୍କ ଅବନୀକାନ୍ତ ସାମନ୍ତରାୟକୁ ମଧ୍ୟ ଏସ୍‌ଟିଏଫ୍‌ ବେଆଇନ୍‌ ଖଣି ଖନନ ଅଭିଯୋଗରେ ଗିରଫ କରିଛି। ଉଭୟ ପ୍ରଫୁଲ୍ଲ ଓ ଅବନୀ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ୍‌ ଖଣି ଖନନ କରୁଥିଲେ। ଗିରଫ ହେବା ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର