ହରଭଙ୍ଗା: ଏସ୍ଟିଏଫ୍ ସୋମବାର ଅପରାହ୍ଣ ପ୍ରାୟ ୪ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବାମଣ୍ଡା ଛକ ନିକଟରୁ ସେନେମା ଷ୍ଟାଇଲରେ ୩ ଜଣଙ୍କୁ ଉଠାଇ ନେଇଛି। ପୋଲିସ୍ ବିଭାଗର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ ହଠାତ ସାଦା ପୋଷାକରେ ଆସି ସିନେମା ଷ୍ଟାଇଲରେ ଏକ ଅଟୋ ଭିତରୁ ୩ ଜଣଙ୍କୁ ଉଠାଇ ନେଇଥିବା ଦେଖିବାକୁ ମିଳିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ଏକ ଅଟୋକୁ ଅଟକାଇ ସେଥିରେ ଯାଉଥିବା ୩ ଜଣ ବ୍ୟକ୍ତିଙ୍କୁ ଏସ୍ଟିଏଫ୍ ଉଠାଇ ଏକ ବୋଲେରୋରେ ଭର୍ତ୍ତି କରି ନେଇ ଯାଇଥିଲା।
/sambad/media/post_attachments/wp-content/uploads/2021/08/997c7175-61f0-4baf-852f-288f1f2211c2.jpg)
ତେବେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଉକ୍ତ ୩ଜଣଙ୍କୁ କେଉଁ ମାମଲାରେ ଉଠାଇ ନେଇଛି, ତାହା ଜଣା ପଡୁନାହିଁ। ସେମାନେ ଗଂଜେଇ ମାଫିଆ ହୋଇଥାଇ ପାରନ୍ତି କିମ୍ବା ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ହେତୁ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଉଠାଇ ନିଆଯାଇଥିବା ଆଲୋଚନା ହେଉଛି। ପୁଲିସ୍ ବିଭାଗ ଅଥବା ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପରେ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/ab8e254f-b62e-48c0-ae5d-a95d37e6d784.jpg)