ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଣେଇ ଛକରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟିମ ଚଢ଼ଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣେ ହେଲେ ସୋମନାଥ ପାତ୍ର, ରାଜୀବ ଲୋଚନ ପାତ୍ର। ଉଭୟଙ୍କ ଘର ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସାଲୋହି ଗାଁରେ ।
ସୂଚନା ଅନୁଯାୟୀ, ଏକ ଚିତା ବାଘ ଶିକାର କରାଯାଇଥିବାବେଳେ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲୁଥିବା ବାବଦରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ସୋମବାର ଏସ୍ଟିଏଫ୍ ଡିଏସ୍ପି ପ୍ରବୀଣ ତ୍ରିପାଠୀ ଏବଂ ଏସ୍ଆଇ ତୃପ୍ତି ରଞ୍ଜନ ଦାସଙ୍କ ନେତୃତ୍ୱରେ ଚଢଉ କରାଯାଇଥିଲା। ସୋମନାଥ ଓ ରାଜୀବଙ୍କ ନିକଟରୁ ବାଘ ଛାଲ ସହିତ ଚମଡ଼ା, ଦାନ୍ତ, ନିଶ, ନଖ ଓ ପଞ୍ଝା ଜବତ କରାଯାଇଛି। ଏସଟିଏଫ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ଦ୍ୱୟ ବାଘ ଶିକାର କରିଥିବା ସ୍ୱୀକାର କରିଥିଲେ। ଏହାର ଚେର ଅନ୍ୟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/49498798dgadddddddddddddd.jpg)