ଚଣ୍ଡିଖୋଲ: ଗତ ୧୦ ତାରିଖ ବିଳମ୍ବିତ ରାତିରେ ଧାନମଣ୍ଡଳ ଧନଘରଖୋଲ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମୁଖ୍ୟ ଦ୍ୱାରର ପିତଳ ତାଲା ଭାଙ୍ଗି ଭିତରେ ଥିବା ହୁଣ୍ଡି ବାକ୍ସରୁ ୪୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମନ୍ଦିର ପରିସରରେ ରହୁଥିବା ହଂସ ମଧ୍ୟରୁ ଗୋଟିଏକୁ ନେଇଯାଇଛନ୍ତି।

Advertisment

ମନ୍ଦିର ଟ୍ରଷ୍ଟି ଦୀପକ କୁମାର ମିଶ୍ର ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ବଡ଼ଚଣା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଅପରାହ୍ଣରେ କଟକରୁ ସାଇଣ୍ଟିଫିକ ଟିମ୍‌ର ଅଧିକାରୀମାନେ ପହଞ୍ଚି ତଦନ୍ତ କରିଥିଲେ। ତେବେ ଦେଉଳକୁର ଗ୍ରାମର ପାଞ୍ଚଟି ମନ୍ଦିରରୁ ପୂର୍ବରୁ ଚୋରି ଯାଇଥିବା ଘଟଣାରେ ଲୁଟେରା ମାନଙ୍କୁ ପୁଲିସ ଆଜି ଯାଏଁ ଧରିବାରେ ସକ୍ଷମ ହୋଇନାହିଁ।