ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ସରସ୍ବତୀ ବିହାର ଅମ୍ବିରାନଗରରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ତୋଫାନ ଦଣ୍ଡସେନାଙ୍କ ଘରୁ ଚୋରି ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁଇ ଜଣ ଚୋର ଘର ଭିତରକୁ ପଶି ଚୋରି କରିଛନ୍ତି। ସିସିଟିଭି ଫୁଟେଜରେ ଦୁଇ ଜଣ ଚୋରଙ୍କ ଚେହେରା କଏଦ ହୋଇଛି। ଗତ ୩ ତାରିଖରୁ ଶ୍ରୀ ଦଣ୍ଡସେନାଙ୍କ ପରିବାର ଭୁବନେଶ୍ୱର ଯାଇଥିଲେ। ଫେରିବା ପରେ ଘରେ ସବୁ ଆସବାପତ୍ର ଏପଟସେପଟ ପଡିଥିବା ଦେଖିଥିଲେ। ଘରେ ଥିବା ଏକ ସୁନା ଚେନ, ୩୦ହଜାର ଟଙ୍କା, କିଛି ରୂପା ଅଳଙ୍କାର ଚୋରୀ ହୋଇଥିବା ଶ୍ରୀ ଦଣ୍ଡସେନା ସୂଚନା ଦେଇଛନ୍ତି। ଏ ନେଇ ଅଇଁଠାପାଲି ଥାନାରେ ଏତଲା ଦେବା ପରେ ପୁଲିସ ଟିମ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଅମ୍ବିରାନଗରରେ ପୂର୍ବରୁ ବି ଚୋରୀ ଘଟଣାମାନ ଘଟିଛି। ଏଣୁ ସେହି ଅଂଚଳରେ ପୁଲିସ ପେଟ୍ରୋଲିଂ ନିୟମିତ କରାଯାଉ ବୋଲି ପଡାବାସୀ ଦାବି କରିଛନ୍ତି।
ଘରେ କଳାକନା ବୁଲାଇଲେ ଚୋର; ସିସିଟିଭି ଫୁଟେଜରେ କଏଦ ହେଲା ଚେହେରା
/sambad/media/post_attachments/wp-content/uploads/2022/10/Theft-and-Extortion.jpg)