ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶୀପୁରରୁ ଚୋରୀ ହୋଇଥିବା ଏକ ଧଳା ଅଲ୍ଟୋ କାର ସନ୍ଦେହଜନ ଅବସ୍ଥାରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ କଡ଼ରୁ ଉଦ୍ଧାର ହୋଇଛି। ଏହି ଚୋରୀ କାରକୁ କେହି ଦୁର୍ବୁତ୍ତ ପାଲବଣି ନିକଟରେ ଛାଡି ଚାଲିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ କାରକୁ ନେବାକୁ କେହି ନାସିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ ସ୍ଥାନୀୟ ଲୋକେ ବାରିପଦା ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଯାଞ୍ଚ କରି ଥାନାକୁ ଆଣିଥିଲେ। ତେବେ ଗାଡ଼ି ର ନମ୍ବର ପ୍ଲେଟ ଖୋଲାଯାଇଥିବା ଏବଂ କେହି ଦାବିଦାର ନଆସିବାରୁ ଅଧିକ ଖୋଲତାଡ଼ କରିଥିଲା ପୁଲିସ। ପରେ ଏହା ଯଶୀପୁର ଥାନା ଅଞ୍ଚଳରୁ ଅଜାମ୍ବର ବୈଠlଙ୍କ ଚୋରୀ ହୋଇଥିବା ଗାଡି ବୋଲି ଜଣାପଡିଥିଲା। ଏନେଇ ଯଶୀପୁର ପୁଲିସ କୁ ଖବର ଦିଆଯାଇଥିଲା। ଯଶୀପୁର ପୁଲିସ ଆଜି ବାରିପଦା ଆସି ଉକ୍ତ କାରକୁ ନେବାକୁ ପ୍ରକ୍ରିୟା ଚଳାଇଛି। ତେବେ ଏହି ଚୋରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା କାର ମାଲିକଙ୍କର ସମ୍ପର୍କୀୟ ଧରାପଡିଥିବା ସୂଚନା ମିଳିଛି। ମାତ୍ର ମିଳିଥିବା ସୂଚନା ଅନୁସାରେ ଏହି ଗାଡି ଚୋରୀ ରାକେଟରେ ଏକ ବଡ଼ ଗାଡି ଚୋରି ଗ୍ୟାଙ୍ଗ ସାମିଲ ଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି। ଏନେଇ ଅଧିକ ତଦନ୍ତ ଜାରିରହିଛି। ଫଳରେ ବେଶୀ କହିବାକୁ ପୁଲିସ ମନାକରିଛି। ମାତ୍ର ମୟୁରଭଞ୍ଜ ରେ ଗାଡି ଚୋରି ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡିଛି। ନିକଟରେ ବଡ଼ସାହି ପୁଲିସ ୧୨ ମୋଟରସାଇକେଲ ଧରିବା ସହିତ ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଧାରାପଡ଼ିଛି।
ଯଶୀପୁରରୁ ଚୋରୀ କାର ସନ୍ଦେହଜନକ ଭାବେ ବାରିପଦାରୁ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଅଟକ
ଗାଡ଼ି ଚୋରୀ ଗ୍ୟାଙ୍ଗ ସମ୍ପୃକ୍ତି ସନ୍ଦେହ, ଆଳୁ ଖୋଳୁ ଖୋଳୁ ମହାଦେବ
/sambad/media/post_attachments/wp-content/uploads/2020/09/jashipur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)