ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦିନୀମାଲ ଗ୍ରାମର ଜାଗେଶ୍ୱର ବିଶ୍ୱାଳଙ୍କ ଘରୁ ବୁଧବାର ରାତିରେ ଚୋରି ହୋଇଛି। ଚୋରମାନେ ମୁଖ୍ୟ ଗେଟ୍ର ତାଲାଭାଙ୍ଗି ଘର ଭିତରେ ପଶିଥିଲେ। ଜାଗେଶ୍ୱର ଶୋଇଥିବା ଘରେ ସେମାନେ ପଶି ସେଠାରେ ଥିବା ଚାବି ନେଇ ଅଲମୀରା ଖୋଲି ପ୍ରାୟ ୧୫ ଭରି ସୁନା ଅଳଙ୍କାର ୩୨୦୦ ଟଙ୍କା ନେଇଯାଇଥିବା ଜଣାଯାଇଛି।
ରାତି ପ୍ରାୟ ୨ଟାରେ ଚୋରମାନେ ଆସି ଏହି କାଣ୍ଡ ଭିଆଇଥିଲେ। ଜାଗେଶ୍ବର ସପରିବାର ସହ ଘରେ ଶୋଇଥିଲେ ବି କାହାରି ନିଦ ଭାଙ୍ଗି ନଥିଲା। ସକାଳୁ ଜାଗେଶ୍ୱର ଉଠିବା ପରେ ଘର କବାଟ ବାହାରୁ ବନ୍ଦ ଥିବାରୁ କିଛି ଅଘଟଣ ଘଟିଥିବା ଅନୁମାନ କରି ଡାକିଥିଲେ। ପୁଅ ଉପର ଘରୁ ଆସି କବାଟ ଖୋଲିବା ପରେ ଚୋରି ସମ୍ପର୍କରେ ଜଣା ପଡ଼ିଥିଲା। ଖବର ପାଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ସାଇଣ୍ଟିଫିକ ଟିମ ଧରି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ତେବେ ସେହି ଗ୍ରାମରେ ଶରତ ପ୍ରଧାନ, ହୀରାଲଲ ପ୍ରଧାନ ଓ ନୀଳ ରୋହିଦାସଙ୍କ ଘରେ ଚୋରି କରିବାକୁ ପ୍ରୟାସ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ସ୍ଥାନୀୟ ଲୋକ ସମ୍ପୃକ୍ତ ଥିବା ଅନୁମାନ କରୁଛନ୍ତି। ପ୍ରକୃତରେ ସୁନା ଅଳଙ୍କାର କେତେ ଚୋରି ହୋଇଛି ତା’ର ସଠିକ ଆକଳନ ପୁଲିସ କରୁଛି।
ଶୋଇଥିବା ବେଳେ ତାଲା ଭାଙ୍ଗି ଘରୁ ଚୋରି
/sambad/media/post_attachments/wp-content/uploads/2022/08/c2917292-9deb-45e3-8527-5640cc3b38ec.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)