ବାରିପଦା: ବାରିପଦା ପୌରପରିଷଦ ୱାର୍ଡ ନଂ-୧୯ ଜାତୀୟ ରାଜପଥ ପାର୍ଶ୍ବ ଜିଲ୍ଲା ଭିଜିଲାନ୍ସ ୟୁନିଟ୍ କାର୍ଯ୍ୟାଳୟ ସମ୍ମୁଖରେ ବାସ କରୁଥିବା ରଞ୍ଜିତ କୁମାର ପାଢ଼ୀଙ୍କ ଘରୁ ଝରକା ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ ପାଢ଼ୀ ଅସୁସ୍ଥ ଅବସ୍ଥାରେ ଗତ କିଛି ଦିନ ହେବ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଏହାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ତାଙ୍କ ଘରୁ କଳାକନା ବୁଲାଇଥିବାର ଜଣାପଡ଼ିଛି । ଏହି ସମୟରେ ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟ ଘରେ ନଥିବାରୁ ଏପରି ଚୋରୀ ହୋଇଥିବା ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଛି।
ଝରକା ଭାଙ୍ଗି ଘରୁ ଟଙ୍କା ଓ ଅଳଙ୍କାର ଲୁଟ
/sambad/media/post_attachments/wp-content/uploads/2019/08/0_stolen-house.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)