ମନ୍ଦିର ଚୋରି ଘଟଣାରେ ଜଣେ ଅଟକ: ଜଣେ କନେଷ୍ଟବଳ, ୨ ଗୃହରକ୍ଷୀ ନିଲମ୍ବିତ

ସୋନପୁର: ଗତ ସୋମବାର ରାତିରେ ସ୍ଥାନୀୟ ମା’ ସୁରେଶ୍ବରୀ ମନ୍ଦିରର ମୁଖ୍ୟ ଫାଟକ ଏବଂ ଗମ୍ଭୀରା ଫାଟକ ତାଲା ଭାଙ୍ଗି ରୁପା ମୁକୁଟ ଓ ୨ଟି ଛତ୍ର ଚୋରି ହୋଇଥିଲା। ସେହିପରି ସୁବର୍ଣ୍ଣମେରୁ ମନ୍ଦିର ପରିସରସ୍ଥିତ ମା’ କାଳୀ ମନ୍ଦିରରୁ ସୁନା ନଥ ଚୋରି ହୋଇଥିଲା। ବଡ଼ବଜାରସ୍ଥିତ ଗଣେଶ ମନ୍ଦିର ଦାନବାକ୍ସରୁ ଟଙ୍କା ଚୋରି ହୋଇଥିଲା। ଓଁକାର ମନ୍ଦିର ଓ ଅଘୋରୀ ଆଶ୍ରମରେ ଚୋରି ଉଦ୍ୟମ ହୋଇଥିଲା। ଏସବୁ ଘଟଣାରେ ପୁଲିସ ଜଣକୁ ଆଣି ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ବୋଲି ଆଇଆଇସି ପୁଷ୍ପେନ୍ଦୁ ସାଗର ସୂଚନା ଦେଇଛନ୍ତି। ଏହି ଘଟଣାରେ କନେଷ୍ଟବଳ ଶଙ୍କରଭାନୁ ବେହେରା, ଗୃହରକ୍ଷୀ ଅନ୍ତର୍ଯ୍ୟାମୀ ସେଠୀ ଓ ନୃପରାଜ ସୁନାଙ୍କୁ ଏସ୍‌ପି ସୀତାରାମ ଶତପଥୀ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା କନେ‌ଷ୍ଟବଳ ଓ ଦୁଇ ଗୃହରକ୍ଷୀଙ୍କୁ ଘଟଣା ଦିନ ସୁରେଶ୍ବରୀ ମନ୍ଦିର ଅଞ୍ଚଳରେ ପେଟ୍ରୋଲିଂ ପାଇଁ ଅବସ୍ଥାପିତ କରାଯାଇଥିଲା। ସେମାନେ ସେମାନଙ୍କ ଡ୍ୟୁଟିରେ ଖିଲାପ କରିଥିବାରୁ ନିଲମ୍ବିତ କରାଯାଇଛି ବୋଲି ଏସ୍‌ପି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର